www.samajalive.in
Monday, December 8, 2025
20.1 C
Bhubaneswar

ସାମ୍ନାକୁ ଆସିଲା ‘ଥପ୍ପଡ଼୍‍’ର ପ୍ରଥମ ପୋଷ୍ଟର

ମୁମ୍ବଇ: ତାପସୀ ପନ୍ନୁଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଥପ୍ପଡ଼୍‍’ର ପ୍ରଥମ ପୋଷ୍ଟର ଗୁରୁବାର ସାମ୍ନାକୁ ଆସିଛି। ପୋଷ୍ଟରରେ ମଥାରେ ବିନ୍ଦି ଲଗାଇ ସଜେଇ ହୋଇଥିବା ତାପସୀଙ୍କ ଗାଲରେ କେହି ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି। ଏଥିରେ ତାଙ୍କ ଲୁକ୍‍ ପ୍ରଶଂସାଯୋଗ୍ୟ। ଏହି ପୋଷ୍ଟରକୁ ତାପସୀ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଆସନ୍ତା କାଲି ଏହାର ଟ୍ରେଲର ରିଲିଜ୍‍ ହେବ ବୋଲି ମଧ୍ୟ ପୋଷ୍ଟର ଜରିଆରେ ସୂଚନା ଦିଆଯାଇଛି। ପୋଷ୍ଟରରୁ ଲାଗୁଛି ଏହି ଚଳଚ୍ଚିତ୍ର ଘରୋଇ ହିଂସା ଉପରେ ଆଧାରିତ। ତେବେ ଏପର୍ଯ୍ୟନ୍ତ ଚଳଚ୍ଚିତ୍ରର ବିଷୟବସ୍ତୁ ସମ୍ପର୍କିତ କୌଣସି ସୂଚନା ମିଳିନାହିଁ।

https://www.instagram.com/p/B77x2-JJhtd/?utm_source=ig_web_copy_link

- Advertisement -

ମିଳିଥିବା ଖବର ଅନୁସାରେ, ‘ଥପ୍ପଡ଼୍‍’ରେ ତାପସୀଙ୍କ ସହ ଦିୟା ମିର୍ଜା ଓ ପାଭୈଲ ଗୁଲାଟିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୨୮ ପେବୃଆରୀରେ ପରଦାକୁ ଆସିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories