www.samajalive.in
Tuesday, December 9, 2025
17.1 C
Bhubaneswar

ଆକର୍ଷଣୀୟ ତ୍ୱଚା ପାଇଁ କିଛି ଟିପ୍ସ

ମୁହଁର ସୁନ୍ଦରତା ପାଇଁ ସଭିଏଁ ସର୍ବଦା ଚେଷ୍ଟା କରିଥାଆନ୍ତି। ଆମେ ବହୁ କୃତ୍ରିମ କ୍ରିମର ବ୍ୟବହାର ମଧ୍ୟ କରିଥାଉ। ଏହା ଆମ ମୁହଁକୁ ସୁନ୍ଦର କରିବା ସହ ଏଥିରେ ଥିବା କେମିକାଲ କାରଣରୁ ବହୁ ସମୟରେ ଏହାର କୁପ୍ରଭାବ ଆମ ମୁହଁ ଉପରେ ପଡ଼ିଥାଏ। କିନ୍ତୁ ଏପରି ବହୁ ପ୍ରାକୃତିକ ଉପାୟ ରହିଛି ଯାହାର ବ୍ୟବହାର ଆମ ମୁହଁ ପାଇଁ ଖୁବ ଲାଭଦାୟକ ହୋଇଥାଏ। ତରଭୁଜ ଆମ ମୁହଁ ପାଇଁ ବହୁ ଉପକାରୀ ଅଟେ। ଏହା ଆମକୁ ସନ୍‍ ଟ୍ୟାନ୍‍ରୁ ରକ୍ଷା କରିଥାଏ। ଜାଣନ୍ତୁ, ଏହାକୁ କିପରି ବିଭିନ୍ନ ଉପାୟରେ ବ୍ୟବହାର କରିଲେ ଏହା ଆମ ମୁହଁକୁ ଖୁବ ସୁନ୍ଦର ଓ ଉଜ୍ଜଳ କରିଥାଏ।
୩ ଚାମଚ ତରଭୁୁଜ ରସରେ ଅଳ୍ପ କ୍ଷୀର ମିଶାଇ ଲଗାନ୍ତୁ। ଏହାକୁ ଲଗାଇ ୨୦ ମିନିଟ ମୁହଁରେ ରଖନ୍ତୁ ଓ ଧୋଇ ଦିଅନ୍ତୁ। ଏପରି ନିୟମିତ ୧ ମାସ ଲଗାଇଲେ ଏହା ମୁହଁ ପାଇଁ ବହୁ ଉତ୍ତମ ଫଳ ଦେଇଥାଏ।
ତରଭୁଜ ରସରେ ଅଳ୍ପ ଦହି ମିଶାଇ ମୁହଁରେ ଲଗାନ୍ତୁ ଓ ୧୫ ରୁ ୨୦ ମିନିଟ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି କଲେ ମୁହଁ ଖୁବ ଉଜ୍ଜଳ ହୋଇଥାଏ।
ତରଭୁଜର ରସରେ ତୁଳସୀ ପତ୍ର ରସ , ଗୋଲାପ ଜଳ ମିଶାଇ ଫ୍ରିଜ୍‍ରେ ରଖନ୍ତୁ ଓ ଏହାକୁ ନିୟମିତ ବ୍ୟବହାର କରନ୍ତୁ। ଏହା ମୁହଁର ଦାଗକୁ ଦୂର କରିବା ସହ ମୁହଁର ରଙ୍ଗକୁ ମଧ୍ୟ ଗୋରା କରିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories