www.samajalive.in
Monday, December 8, 2025
27.1 C
Bhubaneswar

ପାକିସ୍ତାନରେ ସିଖ୍‌ ନେତାଙ୍କୁ ଆକ୍ରମଣ: ପରିବାର ସହ ଭିଟାମାଟି ଛାଡ଼ିଲେ, ଉଦ୍ଧାର ପାଇଁ ସହାୟତା ଲୋଡ଼ିଲେ

ଇସଲାମାବାଦ: ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ସହିତ କିଭଳି ଅତ୍ୟାଚାର କରାଯାଉଛି ତାହା ସାରା ବିଶ୍ଵ ଜାଣିଛି। ଏଥିରୁ ରାଜନେତା ବି ବାଦ୍‌ ପଡ଼ୁନାହାନ୍ତି। ଏପରି ଏକ ଘଟଣା ପୁଣି ସାମ୍ନାକୁ ଆସିଛି। ଜଣେ ସିଖ୍‌ ନେତାଙ୍କୁ ଆକ୍ରମଣ କରାଯିବା ପରେ ବାରମ୍ବାର ହତ୍ୟା ଧମକ ମିଳିବାରୁ ସେ ନିଜର ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଛି। ପରିବାର ସହ ପାକିସ୍ତାନରୁ ପଳାଇ ଆସିଥିବାବେଳେ ଏବେ ସାହାଯ୍ୟ ପାଇଁ ବିଶ୍ଵର ସିଖ୍‌ମାନଙ୍କୁ ନିବେଦନ କରିଛନ୍ତି। ଏହି ସିଖ୍‌ ନେତା ହେଉଛନ୍ତି ରାଧେଶ ସିଂହ ଟୋନୀ।

ଟୋନୀ ବୁଧବାର ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରି ତାଙ୍କୁ ପାକିସ୍ତାନରେ କିଭଳି ନିର୍ଯାତନା ମିଳିଛି ତାହା ଜଣାଇଥିଲେ। ସିଖ୍‌ ସମ୍ପ୍ରଦାୟ ତାଙ୍କର ଏବଂ ତାଙ୍କ ପରିବାର ଲୋକଙ୍କ ସହାୟତା କରିବା ସହିତ ତାଙ୍କୁ କୌଣସି ଏକ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଟୋନୀ ଭିଡିଓରେ ଅନୁରୋଧ କରିଛନ୍ତି। ୪୫ ସେକେଣ୍ଡର ଏହି ଭିଡିଓରେ ସେ କହିଛନ୍ତି, ମୋ ଜୀବନ ବିପଦରେ ରହିଛି। ମୁଁ ମୋ ପିଲାମାନଙ୍କର ଏବଂ ପରିବାର ଲୋକଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ଦେଖିବାକୁ ଚାହୁଁଛି। ଏହା ସହିତ ସେ ଟ୍ବିଟ୍‌ କରି କହିଛନ୍ତି, ମୁଁ ବିଦେଶରେ ରହୁଥିବା ସିଖ୍‌ ସମ୍ପ୍ରଦାୟଙ୍କୁ ଅନୁରୋଧ କରୁଛି ଯେ ସେମାନେ ଦୟା କରି ମୋର ସହାୟତା କରନ୍ତୁ ଏବଂ ମୋ ପରିବାରକୁ ପାକିସ୍ତାନରୁ ବାହାର କରି ବିଶ୍ଵର ଯେକୌଣସି ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ।

- Advertisement -

ଟୋନୀ ୨୦୧୮ରେ ପେଶୱାରର ପିକେ-୭୫ ନିର୍ବାଚନମଣ୍ଡଳୀରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏହା ସହିତ ସେ ସ୍ଥାନୀୟ ସିଖ୍‌ ସମ୍ପ୍ରଦାୟର ପ୍ରମୁଖ ସଦସ୍ୟ ଏବଂ ଖାଇବର ପଖତୁନଖ୍ବାର ପାକିସ୍ତାନ ସଂଖ୍ୟାଲଘୁ ସଂଗଠନର ଅଧ୍ୟକ୍ଷ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories