www.samajalive.in
Thursday, December 11, 2025
23.1 C
Bhubaneswar

ବେଧଡକ ବାଲି ଚୋରା ଚାଲାଣ ଅଭିଯୋଗ : ରାଜସ୍ୱ ହାନୀ ସହ ଚାଷୀ ପ୍ରଭାବିତ

ଚୁଡାପାଲି : ବଲାଙ୍ଗୀର ସଦର ବ୍ଲକର ଚୁଡାପାଲି ରାଜସ୍ୱ ଅଞ୍ଚଳରୁ ଦୈନିକ ଶହ ଶହ ଟ୍ରାକ୍ଟର ନଦୀ ବାଲି ବେନିୟମ ଭାବରେ ଚୋରା ଚାଲାଣ ହେବାର ଅଭିଯୋଗ ଆସୁଛି। ଖୁଲମଖୁଲା ଭାବେ ବାଲି ବେପାର ଚାଲିଛି। ସରକାରୀ ରାଜସ୍ୱ ଫାଙ୍କି ବାଲି ଚୋରା ଚାଲାଣ ହେଉଛି। ଅନ୍ୟ ପକ୍ଷରେ ବର୍ଷ ବର୍ଷ ଧରି ନଦୀରୁ ବାଲି ଉଠୁଥିବାରୁ ନଦୀ ଶର୍ଯ୍ୟାର ଜଳଧାରଣା କ୍ଷମତା ଅହେତୁକ ଭାବରେ ହ୍ରାସ ପାଇବାରେ ଲାଗିଛି। ଫଳତଃ ନଦୀ ଜଳକୁ ଭରସା କରି ଚାଷ କରୁଥିବା ଚାଷୀଙ୍କ ଅବସ୍ଥା ବେହାଲ ହୋଇ ପଡୁଛି। ଚୁଡାପାଲି ରାଜସ୍ୱ ବିଭାଗ ପରିସୀମାରେ ପ୍ରବାହିତ ହେଉଥିବା ସୁକତେଲ, ସାକ୍‍ ଯୋର ଆଦି ନଦୀରେ ଉତ୍କୃଷ୍ଟ ମାନର ବାଲି ମିଳୁଥିବାରୁ ବାଲି ମାଫିଆଙ୍କ ନଜର ସର୍ବଦା ରହିଛି। ସୁକତେଲ ନଦୀର କୟାଘାଟ, ବଡତେଲେନପାଲି, କଙ୍କରା, ସାନତେଲେନପାଲି, ଖଗସାବାହାଲ ଗ୍ରାମ ନିକଟସ୍ଥ ଘାଟରୁ ବାଲି ଉଠୁଥିବା ବେଳେ ସାକଯୋରର ଚୁଡାପାଲି, ଦାଉପାଲି, ତୁଷୁରାବାହାଲ, ଢୁଲୁଶର ଆଦି ଘାଟରୁ ଦୈନିକ ଶହ ଶହ ଟ୍ରାକ୍ଟର ବାଲି ବେଧଡକ ଚାଲାଣ ହେଉଛି। ବିଭିନ୍ନ ସରକାରୀ ବେସରକାରୀ ପ୍ରକଳ୍ପ ନିର୍ମାଣରେ ଏସବୁ ବାଲି ବିନିଯୋଗ ହେଉଛି। ପ୍ରଧାନମନ୍ତ୍ରୀ ଆବାସଠୁ ଆରମ୍ଭ କରି ଲୋକେ ନିଜସ୍ୱ ଘର ନିର୍ମାଣ ପାଇଁ ବାଲି ଚୋରାରେ ନେଉଛନ୍ତି। ଯେହେତୁ ଏ ଅଞ୍ଚଳ ସୁକତେଲ ପ୍ରକଳ୍ପରେ ଆଂଶିକ ନିମଗ୍ନ ହେଉଛି ଏଣୁ ଲୋକେ ବିସ୍ଥାପନର ଆଶଂକା କରି ଆଖପାଖ  ଅଞ୍ଚଳରେ ଘର ନିର୍ମାଣ କରୁଛନ୍ତି। କେବଳ ସଦର ବ୍ଲକର କୁଟୁମ୍ବଡୋଳା ଓ ଚନ୍ଦନଭାଟି ଘାଟରୁ ନିଲାମ ହୋଇଥିବା ବେଳେ ବାକି ସ୍ଥାନରୁ ବେଫିକର ବାଲି ଚୋରା ଚାଲାଣ ହେଉଛି। ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱହାନୀ ହେଉଛି। ଏ ସଂପର୍କରେ ଚୁଡାପାଲି ରାଜସ୍ୱ ନିରୀକ୍ଷକ କହନ୍ତି- ମାୟାବର୍ହା, କଙ୍କରା ଏବଂ ଖଗଷାବାହାଲ ଘାଟର ନିଲାମ ପାଇଁ ପ୍ରସ୍ତାବ ଦିଆ ଯାଇଛି ନିଲାମ ହେଲା ପରେ ସମସ୍ୟାର ସମାଧାନ ହୋଇ ପାରିବ। ନଦୀ ଉପରେ ଭରଷା କରି ସବୁଠୁ ବେଶି ସମସ୍ୟା ଭୋଗୁଛନ୍ତି ଚାଷୀ। ନଦୀରୁ ବାଲି ଉଠି ଯାଉଥିବାରୁ ନଦୀର ଜଳଧାରଣ କ୍ଷମତା ଦିନକୁ ଦିନ ଖୁବ୍‍ ଯୋରରେ ହ୍ରାସ ପାଇବାରେ ଲାଗିଛି। ଯାହାର ପ୍ରଭାବ ପ୍ରତ୍ୟକ୍ଷ ଚାଷ ଉପରେ ପଡୁଛି। ଖରାଦିନ ସୁକତେଲ ଏବଂ ସାକଯୋର ନଦୀର ଅବବାହିକାର ସମସ୍ତ ଗ୍ରାମ ଖରାଟିଆ ଫସଲ କରନ୍ତି। ପାଖାପାଖି ୨୦ ଖଣ୍ଡ ଗାଁ ଧାନଠୁ ଆରମ୍ଭ କରି ପନିପରିବା, ଡାଲି ଜାତୀୟ ଫସଲ, ତୈଳବୀଜ ଫସଲ କରିଥାନ୍ତି। ଏବେ କିନ୍ତୁ କିଛି ବର୍ଷ ହେଲା ପାଣିର ଅଭାବ ଯୋଗୁଁ ଚାଷର ପରିମାଣ କମିବାରେ ଲାଗିଛି। ଫଳରେ ଚାଷୀକୁଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଲି ଚୋରା ଚାଲାଣ ବନ୍ଦ ହେଲେ ସରକାରୀ ରାଜସ୍ୱ ଆଦାୟ ହେବା ସହିତ ଚାଷୀ ଉପକୃତ ହୋଇ ପାରନ୍ତେ ବୋଲି ବିଭିନ୍ନ ମହଳରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ତେଣୁ ବିଭାଗୀୟ ସରକାରୀ ସ୍ତରରେ ବାଲିର ଚୋରା ଚାଲାଣକୁ ବନ୍ଦ କରିବା ପାଇଁ ଦାବୀ ହେଉଛି।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories