www.samajalive.in
Thursday, December 11, 2025
23.1 C
Bhubaneswar

ବ୍ଲକ ସ୍ତରୀୟ ଦାଦନ ଶ୍ରମିକ ନିୟନ୍ତ୍ରଣ କର୍ମ ଶିବିର

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଦାଦନ ଶ୍ରମିକ ନିୟନ୍ତ୍ରଣ କର୍ମ ଶିବିର ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧି ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରିଙ୍କ ସହଭାଗିତାରେ ଅନୁଷ୍ଠିତ ହୋଇଯାଇଛି। ଦାଦନ ପ୍ରବଣ ବଙ୍ଗୋମୁଣ୍ଡା ବ୍ଲକରେ ଦାଦନ ଚାଲାଣ ରୋକାଯିବାରେ ସାମୂହିକ ପ୍ରଚେଷ୍ଟା ହେବା ସହିତ ଜନ ପ୍ରତିନିଧି,ବିଭାଗୀୟ ଅଧିକାରୀ, କର୍ମଚାରୀ ଏଥିନେଇ ଯତ୍ନବାନ ହେବା ଆବଶ୍ୟକ। ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯାଇ ଦାଦନ ପରିବାରକୁ ଦାଦନ ଖଟିବାକୁ ଯିବାରେ ରୋକିବା ଦିଗରେ ଉଦ୍ୟମ କରାଯାଉ। ରାଜ୍ୟ ସରକାରଙ୍କ ଅଭିନବ ଲୋକାଭିମୁଖୀ ପ୍ରୟାସ ମନରେଗାରେ ଜବକାର୍ଡ ଧାରୀ ଶ୍ରମିକ ପରିବାରକୁ ଅତିରିକ୍ତ ୧୦୦ ଦିନର କାର୍ଯ୍ୟ ଦିବସ ଯୋଗାଇ ଦିଆଯାଉଛି। ଦୈନିକ ୨୮୬.୩୦ ଟଙ୍କା ହାରରେ ବାର୍ଷିକ ୨୦୦ ଦିନର କାମ ପାଇପାରିବେ। ସ୍ୱୟଂ ସହାୟିକା ଗୌଷ୍ଠୀରେ ଦାଦନ ଶ୍ରମିକ ପରିବାରକୁ ସାମିଲ କରାଯିବା ସହ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାରେ ଲୋକଙ୍କୁ ସାମିଲ କରି ଦାଦନ ମୁକ୍ତ ବ୍ଲକ ଗଠନ ନିମନ୍ତେ ଜନପ୍ରତିନିଧିଙ୍କ ସହଯୋଗ ଆବଶ୍ୟକ ରହିଛି ବୋଲି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବଲାଙ୍ଗୀର ପ୍ରକଲ୍ପ ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁ ,ସମ୍ମାନିତ ଅତିଥି ଡିପିଏମ କମଲେନ୍ଦୁ ପାଲ, ଖପ୍ରାଖୋଲ ବିଡିଓ ତରଣୀ ସୁନା, ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନା, ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରା ପ୍ରମୁଖ ମତ ପ୍ରଦାନ କରିଥିଲେ। ଓଡିଶା ଜୀବିକା ମିଶନର ଏମବିକେ ପ୍ରମୁଖ ସ୍ୱାଗତ ସଂଗୀତ ଗାନ କରିଥିଲେ। ଏହି ଅବସରରେ ଓଡିଶା ଜୀବିକା ମିଶନ ବଙ୍ଗୋମୁଣ୍ଡା ତରଫରୁ ଦାଦନ ଶ୍ରମିକଙ୍କ ସଚେତନ ପାଇଁ ଏକ ସଚେତନଧର୍ମୀ ଅଡିଓ ଗୀତ ଉନ୍ମୋଚନ କରାଯାଇଥିଲା। ବଙ୍ଗୋମୁଣ୍ଡା ଓଡିଶାଜୀବିକା ମିଶନର ବିପିଏମ ବିଜୟ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଶିଷ୍ଟ ସଞ୍ଚାର ବାୟକ ସୁଧାକର ସାହୁ ଏବଂ ସାଥୀ ସଚେତନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବଙ୍ଗୋମୁଣ୍ଡା ବ୍ଲକରେ ଦାଦନ ଶ୍ରମିକ ରୋକିବା ଦିଗରେ ପ୍ରୟାସ କରିଥିବା ଦୁଇ ଜଣ ଏମବିକେ ଏବଂ ଦୁଇ ଜଣ ସିଆରପିଙ୍କୁ ସମ୍ବର୍ଦ୍ଧୀତ କରାଯାଇଥିଲା।୧୫୦ ଦିନ କାମ କରିଥିବା ଜବକାର୍ଡଧାରି ଶ୍ରମିକଙ୍କୁ ସମ୍ମାନିତ କରାଯାଇଥିଲା। ବଙ୍ଗୋମୁଣ୍ଡା ବ୍ଲକରେ ଚଳିତ ବର୍ଷ ୧୦୮୯ ପରିବାର ପୂର୍ଣ୍ଣାଙ୍ଗ ଦାଦନ ଶ୍ରମିକ ଭାବେ ବାହାରକୁ ଯାଇଥିବା ବେଳେ ସାମୟିକ ଭାବେ ୩୩୨୩ ପରିବାର ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ଜଣାପଡିଛି। କାର୍ଯ୍ୟକ୍ରମରେ ଏବିଡିଓ ଦୀକ୍ଷିତ ବେହେରା, ଏପିଇଓ ବଙ୍ଗୋମୁଣ୍ଡା, ବିଏଲସି ସତ୍ୟପ୍ରିୟ ବେହେରା, ଜଗନ୍ନାଥ ପଟେଲ ପ୍ରମୁଖଙ୍କ ସହ ବ୍ଲକ କର୍ମଚାରୀ, ଜନ ପ୍ରତିନିଧି, ଜବକାର୍ଡଧାରୀ ଶ୍ରମିକ ତଥା ସ୍ୱୟଂ ସହାୟିକା ଗୋଷ୍ଠୀର ଏମବିକେ, ସିଆରପି ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories