www.samajalive.in
Monday, December 8, 2025
27.1 C
Bhubaneswar

ଜୁଲାଇ ପହିଲାରୁ ଭୁବନେଶ୍ବରରୁ ପ୍ରୟାଗରାଜକୁ ଉଡ଼ିବ ବିମାନ

ଭୁବନେଶ୍ବର: ଜୁଲାଇ ପହିଲାରୁ ଭୁବନେଶ୍ବରରୁ ପ୍ରୟାଗରାଜକୁ ସିଧା ବିମାନ ସେବା ଆରମ୍ଭ ହେବ। ବୁଧବାର ରାଜ୍ୟରେ ବିମାନ ସଂଯୋଗ ବୃଦ୍ଧି ପ୍ରସଙ୍ଗରେ ଚାଲିଥିବା ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ଏହା ସହିତ ବ୍ୟାଙ୍କକ୍, ସିଙ୍ଗାପୁର, ଆବୁଧାବିକୁ ବିମାନ ଉଡ଼ାଣ ନେଇ ମଧ୍ୟ ଆଲୋଚନା ହୋଇଛି। ଉତ୍ତର ପୂର୍ବାଞ୍ଚଳ ଓ ବିମାନ ଯୋଗାଯୋଗ ନ ଥିବା ଅଞ୍ଚଳ ଉପରେ ଗୁରୁତ୍ବାରୋପ କରାଯାଇଛି ଓ ଏସବୁ ଅଞ୍ଚଳକୁ ଘରୋଇ ବିମାନ ଉଡ଼ାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ସଚିବ କହିଛନ୍ତି। ଘରୋଇ ଉଡ଼ାଣ ପାଇଁ ୧ ପ୍ରତିଶତ ଭାଟ୍‌ରେ ସରକାରଙ୍କ ପକ୍ଷରୁ ଇନ୍ଧନ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବିମାନ ସଂଯୋଗ ବୃଦ୍ଧିକୁ ନେଇ ଭୁବନେଶ୍ବର ସ୍ଥିତ ମେଫେୟାର ହୋଟେଲରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାୟ ୨୫ଟି ବିମାନ କମ୍ପାନୀର ସିଇଓଙ୍କ ସହ ଆଲୋଚନା କରିଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ, ଯୁଗ୍ମ ସଚିବ ଉଷା ପାଢୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଭାଗୀୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories