www.samajalive.in
Monday, December 8, 2025
27.1 C
Bhubaneswar

ଶୋଭାଯାତ୍ରାରେ ଫସିଗଲେ; ପ୍ରାର୍ଥିପତ୍ର ଦାଖଲ କରିପାରିଲେନି କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସୋମବାର ନାମାଙ୍କନପତ୍ର ଦାଖଲ କରିବାରେ ବିଫଳ ହୋଇଛନ୍ତି। ସେ ଶୋଭାଯାତ୍ରାରେ ଯାଉଥିବାବେଳେ ବିଳମ୍ବ ଘଟିବାରୁ ଏଭଳି ଘଟିଛି। ଶୋଭାଯାତ୍ରାରେ ତାଙ୍କର ଆଶାଠାରୁ ଅଧିକ ଜନତା ସାମିଲ ହେବା ଏବଂ ଏହା ଅତ୍ୟନ୍ତ ଦୀର୍ଘ ହେବା ଫଳରେ ସେ ଏଥିରୁ ମୁକୁଳିପାରି ନ ଥିଲେ। ଇତିମଧ୍ୟରେ ନାମାଙ୍କନପତ୍ର ଦାଖଲର ଧାର୍ଯ୍ୟ ସମୟ ଗଡ଼ିଯାଇଥିଲା। କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ଅପରାହ୍ଣ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ କରିବାର ଥିଲା। କେଜ୍ରିୱାଲ କହିଛନ୍ତି ଯେ ‘ଲୋକଙ୍କୁ ଛାଡ଼ି ଚାଲିଯାଇ ହେଲା ନାହିଁ, ଧାର୍ଯ୍ୟ ସମୟରେ ପ୍ରାର୍ଥିପତ୍ର ଦାଖଲ କରିଥାଆନ୍ତି କିପରି ? ଆସନ୍ତା କାଲି ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିବି।’ ସୂଚନାଯୋଗ୍ୟ ଯେ ୨୧ତାରିଖ ହେଉଛି ଏଥିପାଇଁ ଶେଷ ଦିନ। ସୋମବାର ଶୋଭାଯାତ୍ରାରେ ବାହାରିବା ପୂର୍ବରୁ ସେ ପତ୍ନୀ ସୁନିତା ଓ ସହକର୍ମୀଙ୍କ ସହ ବାଲ୍ମିକୀ ମନ୍ଦିର ପରିଦର୍ଶନ କରିଥିଲେ। ୨୦୧୩ ନିର୍ବାଚନ ସମୟରେ ସେ ଏହିଠାରୁ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ତାଙ୍କର ରାଜନୈତିକ ଜୀବନ ମଧ୍ୟ ଏହିଠାରୁ ଆରମ୍ଭ ହୋଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories