www.samajalive.in
Tuesday, December 9, 2025
17.1 C
Bhubaneswar

ଅନ୍‍ଲାଇନ୍‍ ସମ୍ପତ୍ତି ଟିକସ ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ବର : ରାଜ୍ୟରେ ପ୍ରଥମଥର ପାଇଁ ଅନ୍‍ଲାଇନ୍‍ ସମ୍ପତ୍ତି ଟିକସ ବ୍ୟବସ୍ଥାର ସୋମବାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହାର ଶୁଭାରମ୍ଭ କରିଛନ୍ତି । ନଗର ଉନ୍ନୟନ ବିଭାଗ ୫-ଟିରେ ସାମିଲ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ଫଳରେ  ଏଣିକି ଭୁବନେଶ୍ୱର ମହାନଗର ନିଗମ ସମେତ ରାଜ୍ୟର ଅନ୍ୟାନ୍ୟ ସମସ୍ତ ସହରାଞ୍ଚଳରେ ଅନ୍‍ଲାଇନରେ ସମ୍ପତ୍ତି ଟିକସ ପ୍ରଦାନ କରାଯାଇପାରିବ । କ୍ରେଡିଟ କାର୍ଡ, ଡେବିଟ୍‍ କାର୍ଡ, ନେଟ୍‍-ବ୍ୟାଙ୍କିଙ୍ଗ୍, ଇ-ୱାଲେଟ୍‍ ଏବଂ ୟୁପିଆଇ ମାଧ୍ୟମରେ ଟିକସ ପ୍ରଦାନ କରାଯାଇପାରିବ।

ଭୁବନେଶ୍ବର ମହାନଗର ନିଗମରେ bhubaneswar.me ଜରିଆରେ ଟିକସ ଦିଆଯାଇ ପରିବ। ରାଜ୍ୟର ଅନ୍ୟାନ୍ୟ ସମସ୍ତ ସହରାଞ୍ଚଳରେ www.ulbodisha.gov.in// property taxରେ ଦିଆଯାଇ ପରିବ।

- Advertisement -

ସେହିପରି ରାଜ୍ୟର ପୌରାଞ୍ଚଳରେ ଟିକସ ଆଦାୟ ବୃଦ୍ଧି ପାଇଁ ମ୍ୟୁନିସିପାଲ ପ୍ରିମିୟର ଲିଗ୍‍ (ଏମପିଏଲ) ଭଳି ଅଭିନବ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଥମଥର ପାଇଁ ରାଜ୍ୟର ୯ଟି ବୃହତ ସହରାଞ୍ଚଳରେ ଟିକସ ଅଧିକାରୀଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ଯାହା ଫଳରେ ଟିକସ ଆଦାୟ ବୃଦ୍ଧି ପାଇବ । ସର୍ବୋତ୍କୃଷ୍ଟ ପ୍ରଦର୍ଶନକାରୀଙ୍କୁ ପୁରସ୍କାର ପାଇଁ ମ୍ୟୁନିସିପାଲ ପ୍ରିମିୟର ଲିଗ୍‍ ଭଳି ଅଭିନବ ପ୍ରତିଯୋଗିତା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଟ୍ରଫିକୁ ଉନ୍ମୋଚନ କରିଛନ୍ତି ।

ଆୟୋଜିତ କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା,ଉନ୍ନୟନ କମିଶନର ସୁରେଶ ମହାପାତ୍ର,ବିଭାଗୀୟ ସଚିବ ଜି. ମାଥିଭାତନ,୫-ଟି ସଚିବ ଭି.କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories