ବାସୁଦେବପୁର : ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବାଇକ ଡ଼ିକି ଭାଙ୍ଗି ସୋମବାର ୧ ଲକ୍ଷ ୯୫ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟକ୍ତି ଜଣଙ୍କ ଦୋକାନରୁ ମିଠା କିଣିବା ସମୟରେ ବାହାରେ ବାଇକ ରଖି ଯାଇଥିଲେ। ସେହି ସମୟରେ ଏହି ଲୁଟ ହୋଇଥିବା ଜଣାପଡ଼ିଛି। ଖବର ପାଇ ବାସୁଦେବପୁର ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି।
Popular Categories



