www.samajalive.in
Monday, December 8, 2025
27.1 C
Bhubaneswar

ଭାରତରେ ଆମେ ସମସ୍ତେ ହିନ୍ଦୁ, ସମସ୍ତଙ୍କୁ ଏକ ହୋଇ ଭାରତ ନିର୍ମାଣ କରିବାକୁ ପଡିବ: ମୋହନ ଭାଗବତ

ବରେଲି: ଭାରତରେ ଆମେ ସମସ୍ତେ ହିନ୍ଦୁବାସୀ । ଜାତିପ୍ରଥା,ସଂପ୍ରଦାୟ ପରି ଅନେକ ବିବିଧତା ପରେ ମଧ୍ୟ ଆମ ସମସ୍ତଙ୍କୁ ଏକ ହୋଇ ରହିବା ସହ ଭାରତ ନିର୍ମାଣ କରିବାକୁ ପଡିବ। କାରଣ ଯେତେବେଳେ ଭାରତରେ ହିନ୍ଦୁମାନେ ଦୁର୍ବଳ ହୋଇଛନ୍ତି ସେହି ସମୟ ମାନଙ୍କରେ ଭାରତର ଭୌଗଳିକ ସ୍ଥିତି ବଦଳି ଯାଇଛି। ଏଣୁ ଭାରତୀୟ ହିନ୍ଦୁମାନେ ଦୁର୍ବଳ ନହୋଇ ବିବିଧ ସଂସ୍କୃତି ଏବଂ ବିବିଧତା ମଧ୍ୟରେ ଏକ ହୋଇ ରହିବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରମୁଖ ମୋହନ ଭାଗବତ।

ରବିବାର ଉତ୍ତର ପ୍ରଦେଶର ବରେଲୀ ରୁହେଲଖଣ୍ଡ ବିଶ୍ୱବିଦ୍ୟାଳୟରେ ‘ଭବିଷ୍ୟର ଭାରତ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଦୃଷ୍ଟିକୋଣ‘ ଶୀର୍ଷକ ଉପରେ ଆଲୋଚନାରେ ଭାଗନେଇ  ସଂଘ ପ୍ରମୁଖ ମୋହନ ଭାଗବତ ଅନେକ ପ୍ରସଙ୍ଗ ଉପରେ ନିଜର ସ୍ପଷ୍ଟ ମତ ରଖିଛନ୍ତି । ସେ ଏହି କାର୍ଯ୍ୟକ୍ରମରେ ସମ୍ୱିଧାନରୁ ଆରମ୍ଭ କରି ହିନ୍ଦୁତ୍ୱ ଉପରେ ନିଜର ମତ ରଖିଛନ୍ତି । ସଂଘ ପ୍ରମୁଖ ମୋହନ ଭାଗବତ ଏହି ଅବସରରେ କହିଥିଲେ ଭାରତରେ ଆମେ ସମସ୍ତେ ହିନ୍ଦୁବାସୀ ଅଟନ୍ତି। ଜାତୀପ୍ରଥା,ସଂପ୍ରଦାୟ ପରି ଅନେକ ବିବିଧତା ପରେ ମଧ୍ୟ ଆମ ସମସ୍ତଙ୍କୁ ଏକ ହୋଇ ରହିବା ସହ ଭାରତ ନିର୍ମାଣ କରିବାକୁ ପଡିବ। ସମ୍ବିଧାନ ଆମକୁ କହୁଛି ଯେ ଭାବନାତ୍ମକ ଏକୀକରଣ ଆଣିବା ପାଇଁ ଚେଷ୍ଠା କରିବା ଦରକାର।ଏହି ଭାବନା କଣ ଆମକୁ ବୁଝିବାକୁ ପଡିବ। ଏହି ଭାବନା ହେଉଛି-ଏହି ଦେଶ ଆମର, ଆମେ ଆମର ମହାନ ପୂର୍ବଜଙ୍କ ବଂଶଧର ଏବଂ ଆମକୁ ଆମର ବିବିଧତା ମଧ୍ୟରେ ଏକ ସଙ୍ଗରେ ରହିବାକୁ ହେବ । ଏହାକୁ ହିଁ ଆମେ ହିନ୍ଦୁତ୍ୱ କହୁଛୁ ।

- Advertisement -

ମୋହନ ଭାଗବତ ଆହୁରି ମଧ୍ୟ କହିଥିଲେ ଯେତେବେଳେ ଆରଏସଏସ କର୍ମକର୍ତ୍ତା କହୁଛନ୍ତି ଆମ ଦେଶ ହିନ୍ଦୁଙ୍କର ଏବଂ ୧୩୦ କୋଟି ଦେଶବାସୀ ହିନ୍ଦୁ ଅଟନ୍ତି, ତେବେ ଏହାର ଅର୍ଥ ଏହା ନୁହେଁ ଯେ ଆମେ କାହାର ଧର୍ମ, ଭାଷା ଏବଂ ଜାତିକୁ ପରିବର୍ତ୍ତନ କରିବାକୁ ଚାହୁଁଛୁ । ଆମେ ସମ୍ୱିଧାନରୁ ବାହାରେ ଅନ୍ୟ କିଛି କ୍ଷମତାର କେନ୍ଦ୍ର ଚାହୁଁନୁ କାରଣ ଆମେ ଏହା ଉପରେ ବିଶ୍ୱାସ କରୁଛୁ ।

ଏହି ଅବସରରେ ମୋହନ ଭାଗବତ କହିଥିଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ନେଇ ବହୁ ଅପପ୍ରଚାର କରାଯାଉଛି। ଆଉ ଏହି ଅପପ୍ରଚାର ବା ମିଥ୍ୟାର ସେତେବେଳେ ସମାଧାନ ହୋଇପାରିବ ଯେବେବେଳେ ସଂଘକୁ କେହି ଭଲ ଭାବରେ ବୁଝିବ। ସଂଘ ପାଖରେ କୈଣସି ରିମୋଟ କଣ୍ଟ୍ରାଲ ନାହିଁ କି ସଂଘ କହା ଇସାରାରେ ଚାଲେ। ଅନ୍ୟଲୋକ ଯେତେବେ‌ଳେ କୁହନ୍ତି ବିବିଧତା ମଧ୍ୟରେ ଏକତା କିନ୍ତୁ ସେହି ସମୟରେ ସଂଘ ଏକତା ମଧ୍ୟରେ ବିବିଧତାକୁ ପ୍ରାଧାନ୍ୟ ଦିଏ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories