www.samajalive.in
Wednesday, December 10, 2025
26.1 C
Bhubaneswar

କଣ ପାଇଁ ହାତରେ କଳା ପଟି ପିନ୍ଧି ପଡିଆକୁ ଓହ୍ଲାଇଛନ୍ତି ଭାରତୀୟ ଖେଳାଳି

ବେଙ୍ଗାଲୁରୁ : ରବିବାର ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆରେ ହାତରେ କଳା ପଟି ପିନ୍ଧି ପଡିଆକୁ ଓହ୍ଲାଇଛି ଭାରତୀୟ କ୍ରିକେଟ ଟିମ। ଯାହାକୁ ଦେଖି ଭାରତୀୟ କ୍ରିକେଟ ଦଳର ପ୍ରଶଂସକମାନଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବ କଣ ପାଇଁ କଳାପଟି ପିନ୍ଧି ପଡିଆକୁ ଓହ୍ଲାଇଲେ ଭାରତୀୟ ଦଳ। ପ୍ରଶଂସକ ମାନଙ୍କ ମନରେ ଉଙ୍କି ମାରୁ ଥିବା ପ୍ରଶ୍ନର ଉତ୍ତର ହେଉଛି ଭାରତୀୟ କ୍ରିକେଟ ଟିମ୍ ଆଜିର ମ୍ୟାଚରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କ ପରଲୋକ ଶୋକପ୍ରକାଶ କରି କଳାପଟି ପିନ୍ଧିଛନ୍ତି।

pic courtesy-twitter

ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ମୁମ୍ବଇଠାରେ ବାପୁ ନାଦକର୍ଣ୍ଣିଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ୨୧ଟି ମେଡେନ ଓଭର ବୋଲିଂ କରିବାର ବିରଳ ରେକର୍ଡ ପାଇଁ ସେ ଦେଶରେ ପରିଚିତ ତଥା ଲୋକପ୍ରିୟ ଥିଲେ । ଜଣେ ବାମହାତୀ ବ୍ୟାଟ୍ସ ମ୍ୟାନ୍ ଏବଂ ବାମହାତୀ ବୋଲର ଭାବେ ସେ ସୁନାମ ଅର୍ଜନ କରିଥିଲେ । ନାଦକର୍ଣ୍ଣି ମୋଟ ୪୧ଟି ଟେଷ୍ଟ ମ୍ୟାଚ୍ ଖେଳି ୧୪୧୪ରନ୍ ସ୍କୋର କରିଥିଲେ ଏବଂ ୮୮ଟି ୱିକେଟ୍ ହାସଲ କରିଥିଲେ। ୪୩ରନରେ ୬ଟି ୱିକେଟ୍ ନେବା ତାଙ୍କ ଜୀବନର ଶ୍ରେଷ୍ଠ ସଫଳତା ଥିଲା। ବାପୁ ନାଦକର୍ଣ୍ଣି ମୁମ୍ବଇ ପକ୍ଷରୁ ୧୯୧ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୫୦୦ଟି ୱିକେଟ ନେବା ସହିତ ୮୮୮୦ରନ କରିଥିଲେ। ନାସିକରେ ଜନ୍ମିତ ନାଦକର୍ଣ୍ଣି ୧୯୫୫ରେ ଦିଲ୍ଲୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସେହି ନ୍ୟୁଜିଲାଣ୍ଡ ବିପକ୍ଷରେ ୧୯୬୮ରେ ସେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories