www.samajalive.in
Monday, December 8, 2025
27.1 C
Bhubaneswar

କାଲିଠୁ ଶିରିଡ଼ି ସାଇ ମନ୍ଦିର ବନ୍ଦ

ମୁମ୍ବଇ: ଶିରିଡ଼ି ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହା ପ୍ରତିବାଦରେ ଆସନ୍ତା ରବିବାରଠାରୁ ଶିରିଡ଼ି ସାଇବାବାଙ୍କ ମନ୍ଦିର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଶିରିଡ଼ି ସାଇବାବାଙ୍କ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସାଇବାବାଙ୍କ ଜନ୍ମସ୍ଥାନ ଶିରିଡ଼ି ବୋଲି ସମସ୍ତଙ୍କର ବିଶ୍ଵାସ ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ କହିଥିଲେ ଯେ, ପର୍ଭଣୀର ପଥରୀ ହେଉଛି ସାଇବାବାଙ୍କ ଜନ୍ମସ୍ଥାନ। ଏପରି କି ମୁଖ୍ୟମନ୍ତ୍ରୀ ପଥରୀର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶିରିଡ଼ି ସାଇବାବା ମନ୍ଦିର ଟ୍ରଷ୍ଟ ଏବଂ ଶ୍ରଦ୍ଧାଳୁ।

- Advertisement -

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରତିବାଦରେ ସାଇବାବାଙ୍କ ସମାଧି ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ପାଇଁ ଡାକରା ଦେଇଛି। ୧୯ ତାରିଖରୁ ମନ୍ଦିର ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଥରୀକୁ ତୀର୍ଥଯାତ୍ରୀ ସ୍ଥଳର ମାନ୍ୟତା ଦେବା ଲାଗି ନେଉଥିବା ପଦକ୍ଷେପ ଉପରେ ବିଜେପି ପ୍ରଶ୍ନ ଉଠାଇଛି। ଅହମଦନଗର ବିଜେପି ଏମପି ସୁଜୟ ଭିଖେ ପାଟିଲ କହିଛନ୍ତି, ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ କୌଣସି ବିବାଦ ନାହିଁ। ସରକାର ବଦଳିବା ପରେ ହଠାତ୍‌ ଏହି ପ୍ରସଙ୍ଗ କିପରି ଆସିଲା ଏବଂ ପଥରୀ ସାଇବାବାଙ୍କ ଜନ୍ମସ୍ଥାନ ବୋଲି କେଉଁଠୁ ନୂଆ ପ୍ରମାଣ ଆସିଲା ? ସାଇବାବାଙ୍କ ଜନ୍ମସ୍ଥାନ କେଉଁଠି ତାହା କୌଣସି ରାଜନେତା ସ୍ଥିର କରିପାରିବେ ନାହିଁ।

ତେବେ ଏନସିପି ନେତା ଦୁରାନୀ ଅବଦୁଲ୍ଲା ଖାନ କହିଛନ୍ତି, ସାଇବାବା ପଥରୀରେ ଜନ୍ମଲାଭ କରିଥିବା ନେଇ ପ୍ରମାଣ ରହିଛି। ଶିରିଡ଼ି ସାଇବାବାଙ୍କ କର୍ମଭୂମି ଏବଂ ପଥରୀ ତାଙ୍କର ଜନ୍ମଭୂମି। ଉଭୟ ସ୍ଥାନ ସାଇବାବାଙ୍କ ପାଇଁ ଗୁରୁତ୍ଵ ବହନ କରୁଛି। ଇତିମଧ୍ୟରେ କଂଗ୍ରେସ ନେତା ଅଶୋକ ଚଭନ କହିଛନ୍ତି, ବିବାଦ ସୃଷ୍ଟି କରି ପଥରୀର ଲୋକମାନଙ୍କୁ ସୁବିଧା ସୁଯୋଗରୁ ବଞ୍ଚିତ କରିବା ଠିକ୍‌ ହେବ ନାହିଁ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories