www.samajalive.in
Friday, December 12, 2025
19.1 C
Bhubaneswar

ଓଡିଶା ଫେରିବ ବିଜୁଙ୍କ ‘ଡାକୋଟା’ ବିମାନ

ଭୁବନେଶ୍ବର: ଓଡିଶା ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିମାନ ଡାକୋଟା । ଏନେଇ ପକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଗୁରୁବାର ଏନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୁବନେଶ୍ବର ବିମାନ ବନ୍ଦର କତ୍ତୃପକ୍ଷ,ପର୍ଯ୍ୟଟନ ବିଭାଗ ଏବଂ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ।

ଏହି ବୈଠକରେ କଲକାତା ବିମାନ ବନ୍ଦରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡାକୋଟା’କୁ ଓଡିଶା ଆଣିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଆଲୋଚନା ହୋଇଥିଲା​। ରାଜ୍ୟ ସରକାର ବିଜୁ ପଟ୍ଟନାୟଙ୍କ ବିମାନ ‘ଡାକୋଟା’କୁ ଓଡିଶା ଫେରାଇ ଆଣିବାକୁ ଅନୁମତି ଦେଇ ସାରିଛନ୍ତି। କିନ୍ତୁ ଏନେଇ କେନ୍ଦ୍ର ସରକାରଙ୍କୁ ଅନୁମତି ମଳିନାହିଁ। ଏଣୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଡାକୋଟା ଓଡିଶା ଆଣିବା ପାଇଁ ଚିଠି ଲେଖାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର।

- Advertisement -

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିକଟରୁ ଅନୁମତି ମିଳିବା ପରେ ‘ଡାକୋଟା’ କଲକାତା ବିମାନ ବନ୍ଦରରୁ ଓଡିଶାକୁ ଆସିବ। ବିଜୁଙ୍କ ‘ଡାକୋଟା’ ଓଡିଶା ଫେରିବା ପରେ ଏହାକୁ ସ୍ମାରକୀରେ ପରିଣତ କରିବାକୁ ଯୋଜନା କରାଯାଉଥିବା ବେଳ ବିଜୁ ପଟ୍ଟନାୟକଙ୍କ ପ୍ରିୟ ସାଥୀ ‘ଡାକୋଟା’ ଓଡିଶା ଆସିବା ପରେ କେଉଁଠି ରଖାଯିବ ତାକୁ ନେଇ ଦ୍ବନ୍ଦ ଦେଖାଦେଇଛି। ପ୍ରଥମେ ବିଜୁ ପଟ୍ଟନାୟକଙ୍କ ଜନ୍ମ ସ୍ଥାନ କଟକର ଆନନ୍ଦ ଭବନରେ ଏହାକୁ ରଖିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ। କିନ୍ତୁ ବିଶାଳକାୟ ବିଜୁଙ୍କ ‘ଡାକୋଟା’ ରଖିବା ପାଇଁ ଆନନ୍ଦ ଭବନ ପରିସରରେ ପର୍ୟ୍ୟାପ୍ତ ସ୍ଥାନ ନଥିବାରୁ ଏହାକୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରିସରରେ ରଖିବାକୁ ଦାବି ହେଉଥିବା ଜଣାପଡିଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories