www.samajalive.in
Tuesday, December 9, 2025
16.1 C
Bhubaneswar

ଆନ୍ତର୍ଜାତିକ ପ୍ରସଙ୍ଗ ଆଲୋଚନା ପାଇଁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହେଉଛି ରାଇସିନା – ମୋଦୀ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ପାଇଁ ରାଇସିନା କଥାବାର୍ତ୍ତା ଗତ କେତେବର୍ଷ ଧରି ଏକ ଉଲ୍ଲେଖନୀୟ ମଞ୍ଚ ଭାବେ ସାବ୍ୟସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏକ ଟ୍ୱଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି କଥାବାର୍ତ୍ତା ବିଶ୍ୱର ବଡ଼ବଡ଼ ନେତା ତଥା ଭାରତ ହିତୈଷୀମାନଙ୍କ ସହ ମିଳିତ ହେବାର ଏକ ସୁଯୋଗ ପ୍ରଦାନ କରିଆସୁଛି।

- Advertisement -

ରାଇସିନା ଡାଏଲଗ ନାମରେ ପରିଚିତ ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କର ଏକ ଆନ୍ତର୍ଜାତିକ ସମ୍ମିଳନୀ। ଏଥିରେ ଭୌଗୋଳିକ, ଆର୍ଥିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତିକ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାଏ।

ଗତ ସନ୍ଧ୍ୟାରୁ ଏହି କଥାବାର୍ତ୍ତା ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏବଂ ପ୍ରାରମ୍ଭିକ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଯୋଗ ଦେଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ହେଲେନ୍‍ କ୍ଲାର୍କ, ଆଫଗାନିସ୍ଥାନର ପୂର୍ବତନ ରାଷ୍ଟ୍ରପତି ହମିଦ୍‍ କାର୍ଜାଇ, କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍‍ ହାର୍‍ପର୍‍, ସ୍ୱୀଡେନ୍‍ର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲ୍‍ଟ, ଡେନମାର୍କର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଆନ୍ଦ୍ରେସ୍‍ ରାସ୍‍ମୁସେନ୍‍, ଭୁଟାନର ପୂର୍ବତନ ପ୍ରଧାନମନ୍ତ୍ରୀ ସେରିଙ୍ଗ୍‍ ଟବ୍‍ଗେ ଏବଂ ଦକ୍ଷିଣ କୋରିଆର ପୂର୍ବତନ ପ୍ରଧାନମନ୍ତ୍ରୀ ସିଅଙ୍ଗ ସୁ ପ୍ରମୁଖ ଏହି ପ୍ରାରମ୍ଭିକ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି।

ବର୍ତ୍ତମାନ ବିଶ୍ୱ ସମ୍ମୁଖୀନ ହେଉଥିବା ପ୍ରମୁଖ ଘଟଣାବଳୀ ଉପରେ ଏହି ନେତାମାନେ ଆଲୋଚନା କରିଛନ୍ତି। ଏହା ହେଉଛି ରାଇସିନା କଥାବାର୍ତ୍ତାର ପଞ୍ଚମ ସଂସ୍କରଣ। ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଏବଂ ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବେ ଏହା ଆୟୋଜିତ ହେଉଛି।

ଏହି ତିନିଦିନିଆ ସମ୍ମିଳନୀରେ ରୁଷ୍‍, ଇରାନ, ଅଷ୍ଟ୍ରେଲିଆ, ମାଳଦ୍ୱୀପ, ଦକ୍ଷିଣ ଆଫ୍ରିକା, ଡେନ୍‍ମାର୍କ, ଉଜବେକିସ୍ତାନ ଏବଂ ୟୁରୋପୀୟ ସଂଘର ୧୨ ଜଣ ବୈଦେଶିକ ମନ୍ତ୍ରୀ ଯୋଗ ଦେଇଛନ୍ତି। ତେବେ ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଇରାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ୍‍ ଜରିଫ୍‍ ଏହି କଥାବାର୍ତ୍ତାରେ ଯୋଗ ଦେବା ପ୍ରସଙ୍ଗକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories