www.samajalive.in
Tuesday, December 9, 2025
15.1 C
Bhubaneswar

‘୮୩’: ୟଶପାଲ ଶର୍ମାଙ୍କ ଭୂମିକାରେ ଜତିନ, ସାମ୍ନାକୁ ଆସିଲା ପ୍ରଥମ ଲୁକ୍

ମୁମ୍ବଇ: ‘୮୩’ ଚଳଚ୍ଚିତ୍ରରେ କ୍ରିକେଟର ୟଶପାଲ ଶର୍ମାଙ୍କ ଭୂମିକାରେ ଅଭିନେତା ଜତିନ ସରନାଙ୍କ ପ୍ରଥମ ଲୁକ୍‍ ପୋଷ୍ଟର ମଙ୍ଗଳବାର ସାମ୍ନାକୁ ଆସିଛି। ପୋଷ୍ଟରରେ ସେ ବ୍ୟାଟ୍‍ ଉଠାଇ ୟଶପାଲଙ୍କ ଭଳି ସ୍ୱତନ୍ତ୍ର ଭଙ୍ଗିରେ ନଜର ଆସିଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ରଣବୀର ସିଂହ ସାମାଜିକ ଗଣମାଧ୍ୟରେ ଏହି ପୋଷ୍ଟର ଶେୟାର କରିଛନ୍ତି।

ନିକଟରେ ‘୮୩’ର ନିର୍ମାତା ସୁନୀଲ ଗାଭାସ୍କରଙ୍କ ଭୂମିକାରେ ତାହିର ରାଜ ଭସୀନ, କେ. ଶ୍ରୀକାନ୍ତଙ୍କ ଭୂମିକାରେ ଜିଭା ଓ ମୋହିନ୍ଦର ଅମରନାଥଙ୍କ ଭୂମିକାରେ ସାକିବ ସଲୀମଙ୍କ ପ୍ରଥମ ଲୁକ୍‍ ପୋଷ୍ଟର ଶେୟାର କରିଥିଲେ। ଚଳଚ୍ଚିତ୍ରର ମୁକ୍ତିଲାଭ ସମୟ ପାଖେଇ ଆସୁଥିବା ବେଳେ ନିର୍ମାତା ‘୮୩’ ଟିମ୍‍ର ଜଣକ ପରେ ଜଣଙ୍କ ପ୍ରଥମ ଲୁକ୍‍ ଶେୟାର କରିବା ସହ ପ୍ରମୋଶନ ଆରମ୍ଭ କରିଦେଇଛନ୍ତି।

- Advertisement -

https://www.instagram.com/p/B7SmaRAhGjg/?utm_source=ig_web_copy_link

ସୂଚନାଯୋଗ୍ୟ, କବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୧୯୮୩ରେ କ୍ରିକେଟ୍ ବିଶ୍ୱକପ୍ରେ ଭାରତର ବିଜୟ ଉପରେ ଆଧାରିତ। ଏଥିରେ ରଣବୀର ମୁଖ୍ୟ ଭୂମିକା ଅର୍ଥାତ୍ କପିଲ ଦେବଙ୍କ ଭୂମିକାରେ ଅଭିୟନ କରିଛନ୍ତି। ସେହିପରି ଦୀପିକା କପିଲ ଦେବଙ୍କ ପତ୍ନୀ ରୋମୀଙ୍କ ଚରିତ୍ରରେ ନଜର ଆସିବେ। ଚଳଚ୍ଚିତ୍ରରେ ଦୀପିକାଙ୍କୁ ଅଳ୍ପ ସମୟ ପାଇଁ ଦେଖିବାକୁ ମିଳିବ। ଚଳିତ ବର୍ଷ ୧୦ ଏପ୍ରିଲରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ‘୮୩’ ପରଦାକୁ ଆସିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories