www.samajalive.in
Monday, December 8, 2025
27.1 C
Bhubaneswar

୩୫ ବର୍ଷ ପରେ ମକର ସଂକ୍ରାନ୍ତିରେ ପଡୁଛି ମହାସଂଯୋଗ: ଏହି ଦୁଇଟି ରାଶି ପାଇଁ ଅତ୍ୟନ୍ତ ଶୁଭ

ବର୍ଷ ୨୦୨୦ ମକର ସଂକ୍ରାନ୍ତିରେ ଏଭଳି ଏକ ମହାସଂଯୋଗ ପଡୁଛି, ଯାହା ଦୁଇଟି ରାଶି ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ ବୋଲି ଜ୍ୟୋତିର୍ବିଦମାନେ ମତ ଦିଅନ୍ତି।  
ଜାନୁଆରୀ ୧୪ ତାରିଖ ରାତି ପ୍ରାୟ ୨ଟା ୭ ମିନିଟରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ। ସେହି ସମୟ ଠାରୁ ଶୁଭ ମୁହୂର୍ତ୍ତ ଆରମ୍ଭ ହୋଇଯିବ। ମାନ୍ୟତା ଅନୁଯାୟୀ ରାତି ପ୍ରାୟ ୧୨ଟା ପରେ ଯଦି ସୂର୍ଯ୍ୟ ମକର ରାଶି​‌ରେ ପ୍ରବେଶ କରନ୍ତି, ତେବେ ପୁଣ୍ୟକାଳ ଆଗମୀ ଦିନରୁ ଆରମ୍ଭ ହେବ। ଏହି କାରଣରୁ ମକର ସଂକ୍ରାନ୍ତି ଆଗାମୀ ଦିନ ଅର୍ଥାତ୍ ଜାନୁଆରୀ ୧୫ ତାରିଖରେ ପାଳନ କରାଯିବ। ପ୍ରାୟ ୩୫ ବର୍ଷ ପରେ ମକର ସଂକ୍ରାନ୍ତିରେ ଏହି ଅଦ୍ଭୁତ ସଂଯୋଗ ପଡୁଛି।
ଜ୍ୟୋତିର୍ବିଦଙ୍କ ମତ ଅନୁଯାୟୀ, ସୂର୍ଯ୍ୟ ଯେତେବେଳେ ମକର ରାଶିରେ ପ୍ରବେଶ କରିବେ ସେତେବେଳେ ନକ୍ଷତ୍ର ହେବ ପୂର୍ବ ଫାଲ୍‌ଗୁନୀ। ଏହି ନକ୍ଷତ୍ର ଧନୁ ଓ ମକର ରାଶିର ଲୋକଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ପୂର୍ବ ଫାଲ୍‌ଗୁନୀର ସ୍ବାମୀ ହେଉଛନ୍ତି ଶୁକ୍ର।
ଯେଉଁମାନଙ୍କ ଜାତକରେ ଶୁକ୍ର ମହାଦଶା ଏବଂ ଅନ୍ତର୍ଦଶା ସ୍ଥାନରେ ରହିଛି, ସେମାନଙ୍କର କାର୍ଯ୍ୟରେ ବାଧା ଉପୁଜିଥାଏ। ଏଭଳି ସମସ୍ୟା ଦୂର କରିବା ପାଇଁ ଧଳ ବସ୍ତୁ ଦାନ କରିବା ଉଚିତ୍। ତେଣୁ ମକର ସଂକ୍ରାନ୍ତି ଦିନ ଧଳା ରାଶି, କ୍ଷୀର, ଦହି ଏବଂ ଧଳା ବସ୍ତ୍ର ଦାନ କରିବା ଉଚିତ୍। ଏହା ସହ ଯେଉଁ ଲୋକ ଗଙ୍ଗା ନଦୀରେ ସ୍ନାନ କରି ପାରୁନାହାନ୍ତି, ସେମାନେ ନିଜ ଘରେ ପାଣି ପାତ୍ରରେ ଗଙ୍ଗା ଜଳ ମିଶାଇ ସ୍ନାନ କରିପାରିବେ। ଏହା ଦ୍ବାରା ସମାନ ଫଳ ପ୍ରାପ୍ତି ହୋଇଥାଏ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories