www.samajalive.in
Monday, December 8, 2025
27.1 C
Bhubaneswar

ବରଫରେ ଖସି ପାକ୍‍ ସୀମାରୁ ନିଖୋଜ ହେଲେ ଭାରତୀୟ ଯବାନ

ଡେରାଡୁନ୍‍: କାଶ୍ମୀରର ଗୁଲମର୍ଗରେ ମୁତୟନ ଥିବା ଡେରାଡୁନ ନିବାସୀ ଭାରତୀୟ ଯବାନ ରାଜେନ୍ଦ୍ର ସିଂହ ନେଗୀ ବରଫରେ ଖସିଯାଇ ପାକିସ୍ତାନ ସୀମାରେ ପହଞ୍ଚି ସେଠାରୁ ନିଖୋଜ ହୋଇଯାଇଛନ୍ତି। ରାଜେନ୍ଦ୍ର ସେନାରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ।
ରାଜେନ୍ଦ୍ରଙ୍କ ପତ୍ନୀ ରାଜେଶ୍ୱରୀ ଦେବୀଙ୍କ କହିବାନୁସାରେ, ଗତ ୮ ତାରିଖରେ ସେ ରାଜେନ୍ଦ୍ରଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ। ଏହାପରଠାରୁ ତାଙ୍କ ବିଷୟରେ କୌଣସି ଖବର ମିଳିନାହିଁ। ପରିବାର ଲୋକେ ସେନାକୁ ତାଙ୍କ ବିଷୟରେ ପଚାରିବା ପରେ ରାଜେନ୍ଦ୍ର ନିଖୋଜ ଅଛନ୍ତି ଓ ତାଙ୍କୁ ଖୋଜାଯାଉଛି ବୋଲି କୁହାଯାଇଥିଲା। ଅପର ପକ୍ଷରେ ପରିବାର ଲୋକେ ଖୁବ୍‍ ଚିନ୍ତିତ ହେବା ସହ କନ୍ଦାକଟା କରୁଛନ୍ତି। ରାଜେନ୍ଦ୍ରଙ୍କୁ ଶୀଘ୍ର ଫେରାଇ ଆଣିବାକୁ ପରିବାର ଲୋକେ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ରାଜେନ୍ଦ୍ର ଗୁଲମର୍ଗର ବରଫ ଅଞ୍ଚଳରେ ମୁତୟନ ଥିଲେ। ଗତ ୮ ତାରିଖରୁ ସେ ହଠାତ୍‍ ନିଖୋଜ ହୋଇଯାଇଥିଲେ। ଦିନେ ଦୁଇ ଦିନ ପରେ ଜଣାପଡ଼ିଥିଲା କାର୍ଯ୍ୟରତ ଥିବା ବେଳେ ବରଫରେ ଖସି ଖସି ସେ ପାକିସ୍ତାନ ସୀମାକୁ ଚାଲିଯାଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories