www.samajalive.in
Tuesday, December 9, 2025
16.1 C
Bhubaneswar

୭ ବର୍ଷରେ ୭୦ ଲକ୍ଷ ଡିପୋଜିଟ – ଉପାଧ୍ୟାୟଙ୍କ ବିଷୟରେ ଖୋଳତାଡ଼ କରୁଛି ଭିଜିଲାନ୍ସ

କଟକ: ସମ୍ପ୍ରତି ୧ ଲକ୍ଷ ଟଙ୍କା ଲାଞ୍ଜ ନେବା ମାମଲାରେ ଆଇଏଏସ ଡକ୍ଟର ବିଜୟ କେତନ ଉପାଧ୍ୟାୟଙ୍କୁ ଝାରପଡା ଜେଲ ପଠାଇବା ପରେ ଆଜି ଭିଜିଲାନ୍ସ ତାଙ୍କ ଠାରୁ ମିଳିଥିବା ବ୍ୟାଙ୍କ ଜମା ସମ୍ପର୍କରେ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ଯୋଗ୍ୟ ଚାଷୀମାନଙ୍କୁ ଉପକରଣ ଯୋଗାଇବା ପାଇଁ ତାଲିକାଭୁକ୍ତ ‘ଏସଆରଏମ ପ୍ଲାଷ୍ଟକେମ ପ୍ରାଇଭେଟ ଲିମିଟେଡ଼’ର ପ୍ରତିନିଧିଙ୍କ ଠାରୁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଇତି ମଧ୍ୟରେ ଭିଜିଲାନ୍ସ ପକ୍ଷରୁ ସରକାରୀ ଓ ଘରୋଇ ବ୍ୟାଙ୍କରେ ଥିବା ବିଜୟ କେତନଙ୍କ ବ୍ୟାଙ୍କ ଆକାଉଣ୍ଟର ତଦନ୍ତ କରାଯାଇ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୨ରୁ ୨୦୧୯ ମଧ୍ୟରେ ୩ଟି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ବିପୁଳ ଅର୍ଥ କାରବାର ହୋଇଥିବା ଜାଣିବାକୁ ପାଇଛି।

ଏହି ୭ ବର୍ଷ ମଧ୍ୟରେ ପ୍ରାୟ ୭୦ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିବା ଜଣାପଡିଛି। ବିଭିନ୍ନ ଦିନମାନଙ୍କରେ ବ୍ୟାଙ୍କ କାଉଣ୍ଟର ଓ କ୍ୟାସ ଡିପୋଜିଟ ମେସିନ ମାଧ୍ୟମରେ ଏହି ଅର୍ଥ ଡିପୋଜିଟ ହୋଇଥିବା ଜଣାପଡିଛି। ବିଜୟ କେତନ ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବା ବେଳେ ୨୨ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିବା ଭିଜିଲାନ୍ସ କହିଛି।

- Advertisement -

ଅନ୍ୟ ପକ୍ଷରେ ଏହି ଲାଞ୍ଚ ଘଟଣାରେ ସମ୍ପୃକ୍ତ ଥିବା ‘ୟେଶ ବ୍ୟାଙ୍କ’ର ଉପାଧ୍ୟକ୍ଷ୍ୟ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଆକାଉଣ୍ଟରେ ଗତ ୫ ମାସ ମଧ୍ୟରେ ୫ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ସେ ୫ ମାସ ତଳେ ୟେଶ ବ୍ୟାଙ୍କରେ ଯୋଗ ଦେଇଥିଲେ। ଅଧିକ ତଥ୍ୟ ହାସଲ ଲାଗି ଭିଜିଲାନ୍ସ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହ ଯୋଗାଯୋଗ କରୁଥିବା ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories