www.samajalive.in
Monday, December 8, 2025
20.1 C
Bhubaneswar

ଜେଏନୟୁ ଛାତ୍ର ସଂସଦ ସଭାପତି ଆଈଶୀ ଘୋଷଙ୍କ ସମେତ ୨୦ ଜଣଙ୍କ ନାଁରେ ଏତଲା

ନୂଆଦିଲ୍ଲୀ: ଜେଏନୟୁ ଛାତ୍ର ସଂସଦ ସଭାପତି ଆଈଶୀ ଘୋଷଙ୍କ ସମେତ ୨୦ ଜଣଙ୍କ ନାମରେ ଏତଲା ରୁଜୁ ହୋଇଛି। ଗତ ୪ ତାରିଖରେ ଏହି ଛାତ୍ରମାନେ ସର୍ଭର ରୁମରେ ଭଙ୍ଗାରୁଜା କରିବା ସହିତ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଜେଏନୟୁ ପ୍ରଶାସନ ପକ୍ଷରୁ ଗତ ୫ ତାରିଖରେ ଏହି ଏତଲା ଦିଆଯାଇଥିଲା।

ଜେଏନୟୁରେ ହଷ୍ଟେଲ ଫି’ ବୃଦ୍ଧିକୁ ବିରୋଧ କରି ଛାତ୍ରମାନେ ଗତ ଶୁକ୍ରବାର ବିଶ୍ଵବିଦ୍ୟାଳୟ ସର୍ଭର ବନ୍ଦ କରିଦେଇଥିଲେ। ଫଳରେ ବିଶ୍ଵବିଦ୍ୟାଳୟ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହିତ ୱିଣ୍ଟର ସେମିଷ୍ଟର ପଞ୍ଜୀକରଣ ବନ୍ଦ ହୋଇଯାଇଥିଲା। ଅନ୍ୟପଟେ ସର୍ଭର ବନ୍ଦ କରିଥିବା ଛାତ୍ରମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରଡ କରାଯିବ ବୋଲି ଜେଏନୟୁ ପ୍ରଶାସନ କହିଛି। ଜେଏନୟୁ ପ୍ରଶାସନ ସୂଚନା ଅନୁସାରେ, ଗତ ୪ ତାରିଖ ଅପରାହ୍ନ ପ୍ରାୟ ୧ଟାରେ ଏକ ଛାତ୍ର ଗୋଷ୍ଠୀ ମୁହଁରେ ମୁଖା ବାନ୍ଧି ସେଣ୍ଟର ଫର ଇନଫର୍ମେଶନ ସିଷ୍ଟମ ପ୍ରକୋଷ୍ଠରେ ପ୍ରବେଶ କରି ପାୱାର ସପ୍ଲାଇ ବନ୍ଦ କରିଦେଇଥିଲେ। ଏହା ସହିତ ସର୍ଭର ବି ବନ୍ଦ କରିଦେଇଥିଲେ, ଯାହା ଫଳରେ ପଞ୍ଜୀକରଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories