www.samajalive.in
Monday, December 8, 2025
27.1 C
Bhubaneswar

୩ୟ ବିଶ୍ଵଯୁଦ୍ଧ ଆଡକୁ ଇସାରା ଦେଲା ଆମେରିକା

ୱାଶିଂଟନ: ଇରାନ ସେନା କୁଦ୍ସ ଫୋର୍ସର ମୁଖ୍ୟ କମାଣ୍ଡର କାସିମ ସୁଲେମାନିକୁ ଆମେରିକା ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଆମେରିକା ୩ୟ ବିଶ୍ଵଯୁଦ୍ଧ ଆଡକୁ ଇସାରା ଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍‌ କରି ଏଭଳି ଚେତାବନୀ ଦେଇଛନ୍ତି। ଟ୍ବିଟ୍‌ରେ ଟ୍ରମ୍ପ ଲେଖିଛନ୍ତି ଯେ, ଆମର ଭୟାବହ ନେତୃତ୍ଵ ଆମକୁ ଅଜାଣତରେ ୩ୟ ବିଶ୍ଵଯୁଦ୍ଧ ଆଡକୁ ଅଗ୍ରସର କରାଉଛି। ଏଣୁ ଏଥିପ୍ରତି ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ସୁଲେମାନିଙ୍କ ମୃତ୍ୟୁ ଉପରେ ଟ୍ରମ୍ପ କହିଛନ୍ତି ଯେ, ଇରାନର ନେତୃବୃନ୍ଦ ଆମେରିକାକୁ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବାଧ୍ୟ କରୁଛନ୍ତି।

ଗତ ଶୁକ୍ରବାର ଇରାକ ବିମାନବନ୍ଦରରେ ଆମେରିକା ପକ୍ଷରୁ ହୋଇଥିବା ଡ୍ରୋନ ଆକ୍ରମଣରେ ସୁଲେମାନିଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ପୁଣି ଥରେ ଶନିବାର ସକାଳେ ଆମେରିକା ଇରାନ ସମର୍ଥିତ ସୈନ୍ୟଙ୍କୁ ଟାର୍ଗେଟ କରି ଇରାକରେ ଆକ୍ରମଣ କରିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଇରାନ ଆମେରିକା ବିରୋଧରେ ଯୁଦ୍ଧ ପାଇଁ ସଜବାଜ ହେଉଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୩ୟ ବିଶ୍ଵଯୁଦ୍ଧ ଆଡକୁ ଇସାରା କରିବା ବିଶ୍ଵନେତାଙ୍କୁ ଚିନ୍ତିତ କରିଛି।

- Advertisement -

ସୁଲେମାନିଙ୍କୁ ହତ୍ୟା କରିବାର କାରଣ ଦର୍ଶାଇ ଟ୍ରମ୍ପ କହିଛନ୍ତି ଯେ, ବିଦେଶରେ ଆମେରିକୀୟ ଅଧିକାରୀ, ଯବାନ ଏବଂ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ୱାଶିଂଟନ ସୁଲେମାନିଙ୍କୁ ହତ୍ୟା କରିବାକୁ ବାଧ୍ୟ ହେଲା। ଟ୍ରମ୍ପ ୨୦୧୨ ଫେବୃୟାରୀ ୧୩ର ଆକ୍ରମଣଗୁଡ଼ିକୁ ମନେପକାଇବା ସହିତ ଏସବୁ ପାଇଁ ସୁଲେମାନିଙ୍କୁ ଦାୟୀ କରିଛନ୍ତି। ୨୦୧୨ ଫେବୃୟାରୀ ୧୩ରେ ନୂଆଦିଲ୍ଲୀରେ ଇସ୍ରାଏଲର ଜଣେ କୁଟନୀତିଜ୍ଞଙ୍କ ସ୍ତ୍ରୀଙ୍କ କାରକୁ ବିସ୍ଫୋରଣରେ ଉଡ଼ାଇ ଦିଆଯାଇଥିଲା। ସେ ପିଲାଙ୍କୁ ଆଣିବାକୁ ସ୍କୁଲ ଯାଉଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। କେହି ମୃତାହତ ହୋଇ ନ ଥିଲେ। କିନ୍ତୁ ସେହିଦିନ ଏବଂ ତା’ ପରଦିନ ଅନ୍ୟଦେଶରେ ଥିବା ଇସ୍ରାଏଲର କୁଟନୀତିଜ୍ଞମାନଙ୍କୁ ଟାର୍ଗେଟ୍‌ କରି ଆକ୍ରମଣ କରାଯାଇଥିଲା। ଟିବିଲିସି, ଜର୍ଜିଆ, ବ୍ୟାଙ୍କକ୍‌, ଥାଇଲାଣ୍ଡରେ ଥିବା କୁଟନୀତିଜ୍ଞମାନଙ୍କୁ ଟାର୍ଗେଟ କରାଯାଇଥିଲା। ଏସବୁ ଆକ୍ରମଣ ପାଇଁ ଇରାନଙ୍କୁ ଦାୟୀ କରାଯାଇଥିଲା। ଇସ୍ରାଏଲ ଇରାନର ବୈଜ୍ଞାନିକଙ୍କ ଉପରେ ଆକ୍ରମଣ କରିଥିବାରୁ ଇରାନ ଏସବୁ ଆକ୍ରମଣ କରିଥିବା ଚର୍ଚ୍ଚା ହୋଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories