www.samajalive.in
Monday, December 8, 2025
20.1 C
Bhubaneswar

ବିବାହିତା ମହିଳାଙ୍କୁ ବଳତ୍କାର ମାମଲା : ବଳଙ୍ଗା ଥାନା ଏଏସଆଇ ଚିତ୍ତରଂଜନ ଦାସ ଗିରଫ

ପିପିଲି : ମହିଳାଙ୍କୁ ବଳତ୍କାର ମାମଲାରେ ବଳଙ୍ଗା ଥାନା ଏଏସଆଇ ଚିତ୍ତରଂଜନ ଦାସ ଶୁକ୍ରବାର ଗିରଫ ହୋଇଛନ୍ତି । ବିବାହିତା ମହିଳାଙ୍କୁ ବଳତ୍କାର ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇଙ୍କୁ ପୁଲିସ ଅଟକ ରଖି ପିପିଲି ପୁଲିସ ପଚରାଉଚୁରା କରୁଥିଲା। ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ପିପିଲି ଏସଡିପିଓଙ୍କ କାର୍ଯ୍ୟାଳୟରେ ପୀଡିତା ମହିଳାଙ୍କର ବୟାନ ରେକର୍ଡ କରାଯାଇଛି l
ପୀଡିତା ମହିଳାଙ୍କ ଡାକ୍ତରୀମାଇନା ପାଇଁ ପୁଲିସ ଏବେ ତାଙ୍କୁ ପୁରୀ ମେଡିକାଲକୁ ନେଇଥିଲା। ପିପିଲି ଏସଡିପିଓ ଘଟଣାର ତଦନ୍ତ କରୁଥିବା ବେଳେ ପୁରୀ ଏସିପିଙ୍କ ତତ୍ତ୍ବାବଧାନରେ ଘଟଣାର ସମସ୍ତ ଦିଗ ଓ ଅଭିଯୋଗର ଯାଞ୍ଚ କରାଯାଉଛି।

ସୂଚନା ଅନୁଯାୟୀ,  ଗୁରୁବାର ସନ୍ଧ୍ୟାରେ ବଳଙ୍ଗା ଥାନାର କାର୍ଯ୍ୟରତ ପୁଲିସ ଏଏସଆଇ ଚିତ୍ତରଂଜନ ଦାସଙ୍କ ବିରୁଦ୍ଧରେ ଜଣେ ବିବାହିତା ମହିଳା ପିପିଲି ଏସ୍‍ଡିପିଓଙ୍କ ନିକଟରେ ବଳତ୍କାର ଅଭିଯୋଗ କରିଥିଲେ । ଉକ୍ତ ମହିଳାଙ୍କୁ ୩ମାସ ତଳେ ନିଜ ଭଡା ଘର ମଧ୍ୟରେ ପୁଲିସ ଏଏସ୍‍ଆଇ ଜଣକ ବଳାତ୍କାର କରିବା ସହ ତାଙ୍କୁ ବିଭିନ୍ନ ଧମକଚମକ ଦେଇଥିବା ନେଇ ଅଭିଯୋଗ କରିଥିଲେ । ଏହି ଘଟଣାରେ ସଂପୃକ୍ତ ପୁଲିସ ଏଏସ୍‍ଆଇଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଇ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜାତୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ଦାବି କରାଯାଇଥିଲା।

- Advertisement -

ଅଭିଯୋଗ ଅନୁଯାୟୀ, ଏକ ମାମଲାରେ ଉକ୍ତ ୩୦ ବର୍ଷିୀୟା ମହିଳାଙ୍କ ସ୍ୱାମୀଙ୍କୁ ବଳଙ୍ଗା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ମାମଲାରେ ଦଫା କୋହଳ ସହିତ ମହିଳାଙ୍କ ନାମକୁ ମାମଲାରୁ କାଟି ଦେବା ପାଇଁ ଏଏସ୍‍ଆଇ ଜଣକ ପ୍ରତିଶୃତି ଦେଇଥିବା ଓ ବହୁଥର ରାତିରେ ଫୋନରେ ତାଙ୍କ ସହିତ ଅଶ୍ଲିଳ କଥାବାର୍ତ୍ତା କରିବା ସହ ‘ଟିକେ ରୁମ୍‍କୁ ଆସି ମୋ କଥା ବୁଝି ଦେଇ ଯା’ ବୋଲି କହିଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ। ୩ମାସ ତଳେ ଏଏସଆଇ ଜଣକ ମହିଳାଙ୍କୁ ଫୋନ କରି ଶୀଘ୍ର ଥାନାକୁ ଆସିବାକୁ କହିଥିଲେ। ମହିଳା ଜଣକ ଏକ ଅଟୋରେ ଥାନାରେ ପହଞ୍ଚିବା ପରେ କାଗଜ ପତ୍ର ଧରି ମୋ ରୁମକୁ ଆସ ବୋଲି ଏକ ଆମ୍ବଗଛ ମୂଳେ ଏଏସଆଇ ଜଣକ କହିଥିଲେ। ମହିଳା ଜଣକ ଉକ୍ତ ଏଏସଆଇଙ୍କ ଭଡା ଘରକୁ ଯିବାପରେ ସେଠାରେ ତାଙ୍କୁ ଏଏସଆଇ ଜଣକ ବଳାତ୍କାର କରିଥିବା ଅଭିଯୋଗ କରିଥିଲେ।

ଏହି ଘଟଣା ସଂପର୍କରେ କାହାରିକୁ କହିଲେ ମିଥ୍ୟା ମାମଲାରେ ଜେଲରେ ପୁରାଇ ଦେବାକୁ ସଂପୃକ୍ତ ଏଏସଆଇ ଜଣକ ଧମକ ଦେଇଥିବା ମହିଳା ଜଣକ ଅଭିଯୋଗ କରିଥିଲେ। ବହୁ ସମୟରେ ରାତିରେ ମହିଳାଙ୍କ ସହ ଉକ୍ତ ଏଏସଆଇ ଫୋନରେ ବିଭିନ୍ନ ଅଶ୍ଲିଳ କଥାବାର୍ତ୍ତା କରିବା ସହ ତାଙ୍କୁ ରୁମକୁ ଆସିବା ପାଇଁ ବାଧ୍ୟ କରୁଥିବା ଓ ଏହା ଦ୍ୱାରା ସେ ମାନସିକ ଓ ଶାରିରିକ ନିର୍ଯ୍ୟାତନା ପାଉଥିବା ନେଇ ଅଭିଯୋଗ କରିଛନ୍ତି। ଏସଂପର୍କରେ ମହିଳା ଜଣକ ବଳଙ୍ଗା ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନଥିଲା। ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ, ଉପସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ, ରାଜ୍ୟ ମହିଳା ସଂପାଦିକା ଟିକିନା ପରିଡା, ମିନତୀ ବେହେରା, ସୁଷମା ବେହେରା, ବୈକୁଣ୍ଠ ମାଝି, ଜୟଦେବ ବେହେରା ପ୍ରମୁଖଙ୍କ ସହ ମହିଳା ଜଣକ ଗୁରୁବାର ସନ୍ଧ୍ୟାରେ ପିପିଲି ଏସଡିପିଓଙ୍କ କାର୍ଯ୍ୟାଳୟକୁ ଆସି ଏସଡିପିଓ ଦେବଦତ୍ତ ବରାଳଙ୍କ ନିକଟରେ ସଂପୃକ୍ତ ପୁଲିସ ଏଏସଆଇ ବିରୁଦ୍ଧରେ ବଳାତ୍କାର ଅଭିଯୋଗ କରିଥିଲେ। ଏସଂପର୍କରେ ଏସ୍‍ଡିପିଓ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ସେଠାରେ ମହିଳାଙ୍କ ବୟାନ ରେକର୍ଡ କରାଯାଇଥିବା ଓ ଅଭିଯୋଗର ତଦନ୍ତ ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଥିଲା। ତେବେ ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତ ପୁଲିସ ଏଏସଆଇଙ୍କୁ ଗିରଫ କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ ଚେତାବନୀ ଦେଇଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories