www.samajalive.in
Tuesday, December 9, 2025
17.1 C
Bhubaneswar

ସନ୍ଦେହଜନକ ସ୍ଥିତିରେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁରର ଟାଉନ ଥାନା ଅର୍ନ୍ତଗତ ମୋଦିପଡା ସ୍ଥିତ ଜୁରା ବନ୍ଧରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣଙ୍କ ହେଲେ ମୋଦିପଡାର ଦେଉଳବନ୍ଧ ସନ୍ନିକଟସ୍ଥ ମାନିକମୁଣ୍ଡାର ନିବାସୀ ଗୋପାଳ ସଲମା ଓ ଭଗବତୀ ସଲମାଙ୍କର ଝିଅ ଗୀତା ସଲମା।  ଶୁକ୍ରବାର ଦିନ ସକାଳୁ ଜୁରା ବନ୍ଧରେ ଏକ ଶବ ଭାସମାନ ଅବସ୍ଥାରେ ଅଞ୍ଚଳବାସୀ ଦେଖିଥିଲେ। ଏହାପରେ ଅଞ୍ଚଳବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ପରେ ତାହା ବିଗତ ୫ ଦିନ ହେବ ନି ଖୋଜ ଥିବା ଜଣେ ବିବାହିତ ମହିଳାଙ୍କର ବୋଲି ଜଣାପଡିଥିଲା।

ପ୍ରାପ୍ତସୂଚନାନୁଯାୟୀ, ଗୀତା ସଲମା ମଧ୍ୟପ୍ରଦେଶର ସାଗର ଜିଲା ଅର୍ନ୍ତଗତ ଦାମୋ ର ନିବାସୀ ଗୁଡ୍ଡା ଗୋସ୍ୱାମୀଙ୍କ ସହିତ ବିବାହ କରିଥିଲେ। ଗୁଡ୍ଡା ଓ ଗୀତାଙ୍କର ଗୋଟିଏ ୪ ବର୍ଷର ଝିଅ ଅଛି। ପାରିବାରିକ କଳହ ଅଥବା ଅନ୍ୟ କୌଣସି କାରଣରୁ ପ୍ରାୟ ଏକ ମାସ ପୂର୍ବେ ଗୀତା ଏକୁଟିଆ ସମ୍ବଲପୁରକୁ ତାଙ୍କର ବାପ ଘରକୁ ଚାଲି ଆସିଥିଲେ। ତେବେ ସମ୍ବଲପୁର ଆସିବା ପରେ ସେ ଝିଅକୁ ତାଙ୍କର ସ୍ୱାମୀଙ୍କ ନିକଟରେ ଛାଡି ଆସିଥିବାରୁ ତାର ଲାଳନ ପାଳନକୁ ନେଇ ସବୁ ସମୟରେ ଚିନ୍ତିତ ରହୁଥିଲେ ଏବଂ ସବୁ ସମୟରେ ଝିଅ ବିଷୟରେ କହୁଥିବାର ପରିବାରବର୍ଗ ଲୋକେ କହିଛନ୍ତି। ଝିଅର ଚିନ୍ତାରେ ସେ ବ୍ୟତିବ୍ୟସ୍ତ ରହିବା ସହିତ ଖାଇବା ପିଇବା ମଧ୍ୟ ପ୍ରାୟ ଛାଡି ଦେଇଥିଲେ। ସେ ଗତ ୩୦ ତାରିଖରେ ସକାଳ ପ୍ରାୟ ୬ଟା ସମୟରେ ଘରୁ ଦାମୋହ ଯିବା ପାଇଁ ବାହାରିଥିଲେ ଏବଂ ନିଖୋଜ ହୋଇଯାଇଥିଲେ ବୋଲି ପରିବାର ଲୋକେ କହିଛନ୍ତି। ଏଣୁ ୩୦ ତାରିଖ ଦିନ ହିଁ ତାଙ୍କର ମାଆ ଭଗବତୀ ସ୍ଥାନୀୟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବାରୁ ଏ ନେଇ ନିଖୋଜ ମାମଲା ନଂ ୩୬/୨୦୧୯ ରୁଜୁ କରାଯାଇଥିଲା।

- Advertisement -

ତେବେ ଅଚାନକ ଶୁକ୍ରବାର ସକାଳୁ ତାଙ୍କର ମୃତଦେହ ଘର ନିକଟସ୍ଥ ଜୁରା ବନ୍ଧରୁ ମିଳିବାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି।  ସୋମବାର ଠାରୁ ମହିଳା ଜଣକ ନିଖୋଜ ଥିବାର ଅଭିଯୋଗ ହୋଇଥିଲେ ସୁଦ୍ଧା କେବଳ ମାମଲା ରୁଜୁ କରି ହାତକୁ ହାତ ଧରି ବସିଯାଇଥିଲା। ଏଣୁ ପରିବାର ଲୋକେ ମୃତ ଗୀତାଙ୍କର ଫଟୋ ଧରି ଏଣେ ଖୋଜାଖୋଜି କରୁଥିଲେ। ଯଦି ପୁଲିସ ଠିକ ଭାବରେ ତାର ଦାୟିତ୍ୱ ନିର୍ବାହ କରିଥିଲେ ବୋଧହୁଏ ଏକ ଅମୂଲ୍ୟ ଜୀବନ ବଞ୍ଚିଯାଇଥାନ୍ତା ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାଙ୍କ ଶବ ସନ୍ଦେହଜନକ ସ୍ଥିତିରେ ବନ୍ଧ ମଧ୍ୟରୁ ମିଳିଥିବା ବେଳେ ଏହି ବନ୍ଧର ହୁଡା ତଥା ଆଖପାଖ ଅଞ୍ଚଳରେ ସବୁ ସମୟରେ ନିଶାଖୋର ଓ ଅପରାଧି ତତ୍ୱ ମାନଙ୍କର ଆଡ୍ଡା ଲାଗି ରହିଥାଏ। ଗତ ମାସ ଏହି ବନ୍ଧର ପଠାରେ ଅବସ୍ଥିତ ଏକ ଘର ମଧ୍ୟରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କର ସ୍ୱାମୀ ହତ୍ୟା କରି ଫେରାର ମାରିଥିବା ବେଳେ ସେହି ବନ୍ଧ ମଧ୍ୟରୁ ପୁଣି ଜଣେ ବିବାହିତା ମହିଳାଙ୍କର ମୃତଦେହ ଉଦ୍ଧାରକୁ ନେଇ ସହରରେ ବହୁ ପ୍ରକାରର ଚର୍ଚ୍ଚା ହେଉଛି ଏବଂ ଲୋକେ ପୁଲିସ କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ଉଠାଇବା ପାଇଁ ବାଧ୍ୟ ହେଉଛନ୍ତି। ମହିଳାଙ୍କର ମୃତଦେହ ଉଦ୍ଧାର ସର୍ମ୍ପକରେ ଟାଉନ ଥାନାଧିକାରୀ ରମେଶ ଚନ୍ଦ୍ର ଦୋରା କହିଛନ୍ତି ଯେ, ଏ ନେଇ ଗତ ମାସ ୩୦ ତାରିଖରେ ଏକ ନିଖୋଜ ମାମଲା ରୁଜୁ କରାଯାଇ ମହିଳାଙ୍କୁ ଖୋଜା ଚାଲିଥିଲା। ତେବେ ଆଜି ତାଙ୍କର ମୃତଦେହ ମିଳିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇନ୍ଟିଫିକ ଦଳ ଯାଞ୍ଚ କରି ଶବକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଯାଇଛି। ଏ ନେଇ ଏକ ଅପମୃତ୍ୟ ମାମଲା ନଂ ୧/୨୦୨୦ ରୁଜୁ କରାଯାଇ ସମସ୍ତ ଦିଗକୁ ଧ୍ୟାନରେ ରଖାଯାଇ ତଦନ୍ତ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଯାଇ ଏହା ଅପମୃତ୍ୟୁ ନା ଆତ୍ମହତ୍ୟା କି ହତ୍ୟାକାଣ୍ଡ ଜଣାପଡିବ ବୋଲି ଥାନାଧିକାରୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories