ନବରଙ୍ଗପୁର : ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଶୁକ୍ରବାର ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କ ନାମ ଖାଡ଼ି ଭତ୍ରା ଓ ବଳୀ ମାଝୀ। ଉଭୟଙ୍କୁ ଗିରଫ ପରେ ନବରଙ୍ଗପୁର ଏସପି ନୀତିନ କୁଶଲକର ସାମ୍ବାଦିକ ସମ୍ମିଳନୀ କରି ବାଳିକାଙ୍କୁ ଦୁଷ୍କର୍ମ ହୋଇନଥିବା କହିଛନ୍ତି। ଏକତରଫା ପ୍ରେମକୁ କେନ୍ଦ୍ର କରି ଏଭଳି ହତ୍ୟା ହୋଇଥିବା ଏସପି କହିଛନ୍ତି। ମେଡ଼ିକାଲ ରିପୋର୍ଟରୁ ଦୁଷ୍କର୍ମ ହୋଇନଥିବା ଜଣାପଡ଼ିଥିବା ଏସପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୩ ତାରିଖ ରାତି ୭ଟା ବେଳେ ନାବାଳିକା ଜଣକ ଘରେ ନ ଥିବା ପରିବାର ଲୋକେ ଦେଖିଥିଲେ। ଫଳରେ ତାଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳି ନ ଥିଲା। କିନ୍ତୁ ତା’ପର ଦିନ ସକାଳେ ଘରଠାରୁ ୬୦୦ ମିଟର ଦୂରରେ ଅମରି ଗଛ ତଳେ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ଏହାର କିଛି ଦୂରରେ ୨ଟି ଜିନ୍ସ ପ୍ୟାଣ୍ଟ ଏବଂ ଚପଲ ପଡ଼ି ରହିଥିଲା। ନାବାଳିକାଙ୍କୁ ଗଣବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ କୋଷାଗୁମୁଡ଼ା ଥାନାରେ ଏତଲା ଦିଆଯାଇଛି।
କୋଷାେଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା : ଦୁଇ ଅଭିଯୁକ୍ତ ଗିରଫ
Popular Categories



