ସାଧାରଣତଃ ସମୟ ଅଭାବରୁ କିମ୍ବା ଅନ୍ୟ କୌଣସି କାରଣରୁ ଅଧିକାଂଶ ସମୟ ଆମେ ତରବର ହୋଇ ଖାଇଥାଉ। କିଛି ଲୋକଙ୍କର ତ ଏହା ଅଭ୍ୟାସରେ ପରିଣତ ହୋଇଯାଇଥାଏ। ଯଦି ଆପଣଙ୍କର ମଧ୍ୟ ଅଭ୍ୟାସ ଅଛି, ତେବେ ସାବଧାନ ହୋଇଯାଆନ୍ତୁ। ନଚେତ ଭବିଷ୍ୟତରେ ଗମ୍ଭୀର ସମସ୍ୟା ଦେଖା ଦେଇପାରେ। କାରଣ ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା ଦ୍ବାରା ଆମ ଶରୀରକୁ ଅନେକ କ୍ଷତି ପହଞ୍ଚିଥାଏ। ଏମିତିକି ଏହା ଦ୍ୱାରା ମଧୁମେହ ପରି ଜଟିଳ ରୋଗ ମଧ୍ୟ ହୋଇପାରେ। ଏହାବ୍ୟତୀତ ଶୀଘ୍ର ହଜମ ନହେବା, ଓଜନ ବଢିବା, ହୃଦରୋଗ ଜନିତ ସମସ୍ୟା ମଧ୍ୟ ଦେଖା ଦେଇପାରେ।
-ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁମାନେ ସାଧାରଣ ବେଗ ଠାରୁ ଅଧିକ ବେଗରେ ଖାଆନ୍ତି ସେମାନଙ୍କ ଠାରେ ହୃଦ୍ ରୋଗ, ମଧୁମେହ ଓ ହୃଦ୍ଘାତ ଭଳି ମାରତ୍ମକ ସମସ୍ୟା ଦେଖାଦେବାର ସମ୍ଭବନା ଅଧିକ ଥାଏ।
-ଏହା ସହ ଉଚ୍ଚ ରକ୍ତଚାପ ସସମ୍ୟା ଦେଖାଦେବା ସହ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ପାଇଥାଏ।
-ଖୁବ୍ କମ୍ ଦିନ ମଧ୍ୟରେ ଅଧିକ ଓଜନ ମଧ୍ୟ ବଢ଼ିଯାଇପାରେ।
-ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଶରୀରର ମେଟାବୋଲିକ୍ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଭାବ ପଡିଥାଏ। ଯାହାକି ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ।
-ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଖାଦ୍ୟ ଖାଇବା ପାଇଁ ଅତି କମରେ ୨୦ ମିନିଟ୍ ସମୟ ନେବା ଆବଶ୍ୟକ। ଫଳରେ ଜଣେ ନିଜ ଖାଦ୍ୟକୁ ଭଲଭାବେ ଚୋବାଇ ଖାଇପାରିବ। ଏହା ସହିତ ଶରୀରର ଆବଶ୍ୟକତା ଅନୁଯାୟୀ ସଠିକ ମାତ୍ରାର ଖାଦ୍ୟ ଖାଇ ହୋଇଥାଏ ଓ ଶରୀରର ହର୍ମୋନ ମସ୍ତିଷ୍କକୁ ପେଟ ଭରିବାର ସଂକେତ ମଧ୍ୟ ପଠାଇଥାଏ।
-ତରବରିଆ ଭାବେ ଖାଇବା ଦ୍ୱାରା ମସ୍ତିସ୍କକୁ ସନ୍ଦେଶ ମଧ୍ୟ ମିଳି ନ ଥାଏ। ଏହି କାରଣରୁ ଜରୁରୀ ହର୍ମୋନ ତିଆରି ହୋଇପାରି ନ ଥାଏ। ଶରୀରରେ ଇନ୍ସୁଲିନ୍ ପରି ଅତି ଗୁରୁତ୍ୱପୂର୍ଣ ହର୍ମୋନ ମଧ୍ୟ ପ୍ରଭାବିତ ହୋଇଥାଏ। ଯାହାଦ୍ୱରା ଟାଇପ-୨ ମଧୁମେହ ହେବାର ସମ୍ଭାବନା ମଧ୍ୟ ବଢିଯାଏ।
-ଏସବୁ ବ୍ୟତୀତ ଖାଦ୍ୟ ଭଲ ଭାବେ ଚୋବାଇ ଖାଇବା ଦ୍ୱାରା ମୁଖ ଭିତର ବାକ୍ଟେରିଆ ଗୁଡିକ ନଷ୍ଟ ହୋଇଯାଆନ୍ତି। ଫଳରେ ଶରୀର ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା ପାଇଥାଏ।
-ଏହା ସହିତ ବାରମ୍ବାର ଖାଇବା ଅଭ୍ୟାସ ମଧ୍ୟ ରହିବ ନାହିଁ। ତେଣୁ ଓଜନ ମଧ୍ୟ ବଢି ନ ଥାଏ।



