ଭୁବନେଶ୍ୱର: କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆବର୍ଷରେ ବୁଧବାର ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ଠାକୁରଙ୍କ ଦର୍ଶନ କରିଛନ୍ତି। ଦର୍ଶନ ପରେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସୌନ୍ଦର୍ଯ୍ୟକରଣରେ ବିଳମ୍ବ ହେଲେ ମଧ୍ୟ, ତଥାପି ଭଲ ହୋଇଛି ବୋଲି କହିଛନ୍ତି। ୩ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଠାକୁ ଆସିଥିଲେ। ନୂଆବର୍ଷରେ ଠାକୁରଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ ବୋଲି ସେ କହିଛନ୍ତି।
Popular Categories



