www.samajalive.in
Monday, December 8, 2025
27.1 C
Bhubaneswar

ରଣଜୀ ଟ୍ରଫି: ଶାନ୍ତନୁଙ୍କ ଶତକ ପରେ ଉତ୍ତରାଖଣ୍ଡର ବିପର୍ଯ୍ୟୟ

କଟକ : ଟାଙ୍ଗୀର ଡ୍ରିମ୍‌ସ ଗ୍ରାଉଣ୍ଡରେ ଉତ୍ତରାଖଣ୍ଡ ବିପକ୍ଷରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ କ୍ରମାଗତ ୩ୟ ଦିନରେ ମଧ୍ୟ ଘରୋଇ ଓଡ଼ିଶାର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଏହାସହ କ୍ରମାଗତ ୩ୟ ବିଜୟ ଦିଗରେ ଓଡ଼ିଶା ଅଗ୍ରସର ହେଉଛି। ଯୁବ ବ୍ୟାଟ୍‌ସମ୍ୟାନ୍ ଶାନ୍ତନୁ ମିଶ୍ରଙ୍କ ଶତକ ପରେ ଓଡ଼ିଶାର ପେସ୍ ବୋଲର ଘାତକ ବୋଲିଂ କରିଛନ୍ତି। ଫଳରେ ଓଡ଼ିଶା ବିଜୟ ଦ୍ବାରରେ ପହଞ୍ଚିଛି। ଶୁକ୍ରବାର ମ୍ୟାଚ୍‌ର ୩ୟ ଦିନରେ ମଧ୍ୟ ଖରାପ ଆଲୋକ ଖେଳରେ ଅଳ୍ପ କିଛି ବାଧା ସୃଷ୍ଟି କରିଥିଲା। ତେବେ ଯେତିକି ସମୟ ଖେଳ ହୋଇଥିଲା; ଉତ୍ତରାଖଣ୍ଡକୁ ଚାପରେ ପକାଇବାର କୌଣସି ସୁଯୋଗ ଓଡ଼ିଶା ବ୍ୟାଟ୍‌ସମ୍ୟାନ୍ ଛାଡ଼ିନାହାନ୍ତି। ଉତ୍ତରାଖଣ୍ଡ ପ୍ରଥମ ଇନିଂସରେ ୧୧୭ ରନ୍‌ କରିଥିବା ବେଳେ ଶାନ୍ତନୁ ମିଶ୍ରଙ୍କ ଶତକ ବଳରେ ଓଡ଼ିଶା ଶୁକ୍ରବାର ୩ୟ ଦିନରେ ପ୍ରଥମ ଇନିଂସରେ ୨୫୩ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ଫଳରେ ଓଡ଼ିଶା ପ୍ରଥମ ଇନିଂସରେ ୧୩୬ ରନ୍ ଆଗରେ ରହିଥିଲା। ପରେ ଉତ୍ତରାଖଣ୍ଡ ୨ୟ ଇନିଂସ ଆରମ୍ଭକରି ବିପର୍ଯ୍ୟୟ ଭୋଗିଛି। ଖରାପ ଆଲୋକ ଯୋଗୁଁ ଜଲ୍‌ଦି ଷ୍ଟମ୍ପ୍ ଅପସାରଣ ହେବା ବେଳକୁ ଉତ୍ତରାଖଣ୍ଡ ୨ୟ ଇନିଂସରେ ୫୪ ରନ୍‌କରି ୪ଟି ୱିକେଟ ହରାଇଛି। ଫଳରେ ଆଉ ୬ ୱିକେଟ ବାକିଥାଇ ଉତ୍ତରାଖଣ୍ଡ ଏବେ ୮୨ ରନ୍ ପଛରେ ରହିଛି। ଇନିଂସ ପରାଜୟ ଏଡ଼ାଇବା ଲାଗି ଉତ୍ତରାଖଣ୍ଡକୁ ୬ଟି ୱିକେଟରେ ଆଉ ୮୨ ରନ୍ କରିବାକୁ ପଡ଼ିବ।
ଉତ୍ତରାଖଣ୍ଡର ୨ୟ ଇନିଂସରେ ୩ୟ ଓଭର ସୁଦ୍ଧା ଏହା ୩ଟି ୱିକେଟ ହରାଇ ସାରିଥିଲା। ପୂର୍ବରୁ ଉତ୍ତର ପ୍ରଦେଶ ପାଇଁ ଖେଳିିଥିବା ତନ୍ମୟ ଶ୍ରୀବାସ୍ତବ ୨ ରନ୍‌କରି ଆଉଟ ହୋଇଥିଲେ। ଦିଲ୍ଲୀ ତଥା ଭାରତୀୟ ୧୯ ବର୍ଷରୁ କମ୍ ଦଳର ପୂର୍ବତନ ଖେଳାଳି ଉନ୍ମୁକ୍ତ ଚାନ୍ଦ ୯ଟି ବଲ୍‌ରୁ ୩ଟି ଚୌକା ସହ ୧୩ ରନ୍‌କରି ବିଦାୟ ନେଇଥିଲେ। ପରେ ଅବନୀଶ ସୁଧା ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ୧୫ ରନ୍‌​‌େ​‌ର ୩ଟି ୱିକେଟ ପଡ଼ିଯିବା ପରେ ଦୀକ୍ଷାଂଶୁ ନେଗି ଓ ସୌରଭ ରାୱତ ୩୮ ରନ୍ ଯୋଡ଼ିଥିଲେ। ପୂର୍ବରୁ ଓଡ଼ିଶା ପାଇଁ ଖେଳିଥିବା ସୌରଭ ରାୱତ ୧୫୧ ବଲ୍‌ର ମୁକାବିଲା କରି ୩ଟି ଚୌକା ସହ ୧୫ ରନ୍‌କରି ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ପ୍ରଥମ ଶିକାର ହୋଇଥିଲେ। ଷ୍ଟମ୍ପ୍ ଅପସାରଣ ବେଳକୁ ଦୀକ୍ଷାଂଶୁ ନେଗି ୬୨ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୩ ଓ କର୍ଣ୍ଣ କୌଶଲ ବିନା ସ୍କୋର୍‌ରେ ଅପରାଜିତ ରହିଛନ୍ତି। ବସନ୍ତ ମହାନ୍ତି ୨ଟି ୱିକେଟ ପାଇଥିବା ବେଳେ ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ। ୨ୟ ଦିନ ଶେଷ ସୁଦ୍ଧା ଘରୋଇ ଓଡ଼ିଶା ୬ ୱିକେଟ ହରାଇ ୧୪୫ ରନ୍ କରିଥିଲା। ୭ମ ୱିକେଟ ପାଇଁ ଶାନ୍ତନୁ ମିଶ୍ରଙ୍କ ସହ ଦେବବ୍ରତ ପ୍ରଧାନ ୪୩ ରନ୍ ଯୋଡ଼ିଥିଲେ। ଦେବବ୍ରତ ୧୪ ରନ୍ କରିଥିଲେ। ପରେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ରାଜେଶ ମହାନ୍ତିଙ୍କଠାରୁ ସହଯୋଗ ପାଇ ଶାନ୍ତନୁ ଜୀବନର ପ୍ରଥମ ରଣଜୀ ଶତକ ପୂରଣ କରିଥିଲେ। ସୂର୍ଯ୍ୟକାନ୍ତ ୧୧ ଓ ରାଜେଶ ମହାନ୍ତି ଗୋଟିଏ ଛକା ଓ ୨ଟି ଚୌକା ସହ ୧୭ ରନ୍ କରିଥିଲେ। ବସନ୍ତ ମହାନ୍ତି ୬ ରନ୍‌କରି ଅପରାଜିତ ଥିଲେ। ଶେଷ ବ୍ୟାଟ୍‌ସମ୍ୟାନ୍ ଭାବେ ଆଉଟ ହୋଇଥିବା ଶାନ୍ତନୁ ମିଶ୍ର ୨୪୫ ବଲ୍‌ରୁ ୧୨ଟି ଚୌକା ସହ ୧୧୦ ରନ୍ କରିଥିଲେ। ପ୍ରଦୀପ ଚାମୋଲି ଓ ସନ୍ନି ରାଣା ୩ଟି ଲେଖାଏଁ ଏବଂ ଧନରାଜ ଶର୍ମା ୨ଟି ୱିକେଟ ନେଇଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories