ପିଏନବି ମହାଦୁର୍ନୀତି: ବ୍ୟାଙ୍କର ଇଣ୍ଟରନାଲ ଚିଫ୍ ଅଡିଟର ଗିରଫ

0

ମୁମ୍ୱଇ: ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ମହାଦୁର୍ନୀତିରେ ସିବିଆଇ ବ୍ୟାଙ୍କର ଇଣ୍ଟରନାଲ୍ ଚିଫ୍ ଅଡିଟର୍‌ଙ୍କୁ ଗିରଫ କରିଛି। ସେ ହେଲେ ଏମ୍‌କେ ଶର୍ମା। ସେ ଚିଫ୍ ମ୍ୟାନେଜର ସ୍ତରରେ ଜଣେ ଅଧିକାରୀ ଥିଲେ। ପିଏନ୍‌ବିର ବ୍ରୋଡି ହାଉସ୍‌ ବ୍ରାଞ୍ଚର ଅଡିଟିଙ୍ଗ୍‌ ସିଷ୍ଟମ୍‌ ଦାୟିତ୍ୱ ତୁଲାଉଥିଲେ ଏହି ଅଧିକାରୀଜଣକ। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଆୟକର ବିଭାଗର ଅନୁରୋଧ କ୍ରମେ ବିଓଆଇ(ବ୍ୟୁରୋ ଅଫ୍ ଇମିଗ୍ରେସନ) ଅଭିଯୁକ୍ତ ହୀରା ବେପାରୀ ନିରବ ମୋଦି ଓ ମେହୁଲ ଚୋକସୀଙ୍କ ବିରୋଧରେ ଭିନ୍ନ ଭିନ୍ନ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି। ନିରବ ମୋଦିଙ୍କ ଗ୍ରୁପ ସହ ଜଡ଼ିତ ଅନ୍ୟ ୪ଟି ସମ୍ପତ୍ତିକୁ ମଧ୍ୟ ତଦନ୍ତକାରୀ ଅଧିକାରୀ ଜବତ କରିଛନ୍ତି।

Leave A Reply