www.samajalive.in
Tuesday, December 9, 2025
16.1 C
Bhubaneswar

ଗିନିଜ୍‍ ରେକର୍ଡ଼ରେ ୧୬ ବର୍ଷୀୟ ଯୋଗ ପ୍ରଦର୍ଶନକାରୀ ହର୍ଷଙ୍କ ନାମ

ଶିମଳା: ହିମାଚଳ ପ୍ରଦେଶର ରାଜଧାନୀ ଶିମଳା ସ୍ଥିତ କୁଫରୀରେ ବାସ କରୁଥିବା ହର୍ଷଙ୍କ ନାମ ଯୋଗ ପ୍ରଦର୍ଶନ ପାଇଁ ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲଡ୍‍ ରେକର୍ଡ଼ରେ ସ୍ଥାନ ପାଇଛି। ୧୬ ବର୍ଷୀୟ ହର୍ଷ ପଞ୍ଚମ ଶ୍ରେଣୀରୁ ହିଁ ଯୋଗାଭ୍ୟାସ ଆରମ୍ଭ କରିଥିଲେ। ୧୬ ବର୍ଷୀୟ ପ୍ରଥମ ଯୋଗ ପ୍ରଦର୍ଶନକାରୀ ଭାବେ ତାଙ୍କ ନାଁ ଗିନିଜ୍‍ ରେକର୍ଡ଼ରେ ସ୍ଥାନ ପାଇଥିବା ହର୍ଷ ଦାବି କରିଛନ୍ତି। ୬ ବର୍ଷର ଏହି ଯାତ୍ରାରେ ହର୍ଷଙ୍କ ପିତା ସଞ୍ଜୀବ କନ୍‍ୱର୍‍, ମାଆ ନୀନା କନ୍‍ୱର୍‍ ଓ ଶିକ୍ଷକମାନେ ତାଙ୍କୁ ପ୍ରୋତ୍ସାହନ ଦେଇଛନ୍ତି। ହର୍ଷ ଏକାଦଶ ଶ୍ରେଣୀର ଛାତ୍ର ଓ ସେ ସଞ୍ଜୌଲୀ ସ୍ଥିତ ସରକାରୀ ସ୍କୁଲରେ ପାଠପଢନ୍ତି।
ହର୍ଷଙ୍କ କହିବାନୁସାରେ, ସ୍କୁଲରେ ମଧ୍ୟ ସେ ଯୋଗାଭ୍ୟାସ କରନ୍ତି ଓ ନିଜ ସାଙ୍ଗମାନଙ୍କୁ ଯୋଗ କରିବାକୁ ପ୍ରୋତ୍ସାହିତ କରନ୍ତି। ପୂର୍ବରୁ ମଧ୍ୟ ସେ ୪ ଥର ଜାତୀୟ ଓ ୬ ଥର ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗୀତାରେ ଭାଗ ନେଇଛନ୍ତି। ଇଣ୍ଡିଆ ଷ୍ଟାର ବୁକ୍‍ ଅଫ୍‍ ୱାର୍ଲଡ୍‍ ରେକର୍ଡ଼ରେ ତାଙ୍କ ନାଁ ସାମିଲ ରହିଛି। ଯୋଗ ପାଇଁ ହର୍ଷଙ୍କୁ ହିମାଚଳ ରତ୍ନ-୨୦୧୮ରେ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ ନଭେମ୍ବର ମାସରେ ରାଜ୍ୟପାଳଙ୍କ ପକ୍ଷରୁ ମଧ୍ୟ ସମ୍ମାନିତ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories