www.samajalive.in
Monday, December 8, 2025
20.1 C
Bhubaneswar

ବଥୁଆ ଶାଗର ଉପକାରୀ ଗୁଣ ବିଷୟରେ ଜାଣିଛନ୍ତି କି ?

ପ୍ରତ୍ୟେକ ଶାଗର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ସେଭଳି କିଛି ଶାଗ ମଧ୍ୟରୁ ଆପଣ ବଥୁଆ ଶାଗ ନାମ ତ ଶୁଣଥିବେ। ମାତ୍ର ଏହାର ଉପକାରୀ ଗୁଣ ବିଷୟରେ ହୁଏତ ସଭିଏଁ ଜାଣିନଥିବେ। ଏହା ଅଧିକାଂଶ ଶୀତ ଦିନେରେ ହିଁ ମିଳିଥାଏ। ଏହାସହ ଶୀତ ଦିନେ ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକାରକ। ଏଥିରେ ଭରପୁର ମାତ୍ରାରେ ଭିଟାମିନ ଏ , ଆଇରନ କ୍ୟାଲସିୟମ, ଫସଫରସ ଓ ପୋଟାସିୟମ ରହିଛି। ଏହା ବହୁ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ। ଜାଣନ୍ତୁ ଏହାର ଉପକାରିତା …..
ବଥୁଆ ଶାଗ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ରୁ ମୁକ୍ତି ମିଳିଥାଏ। ଏହାସହ ବଥୁଆ ଶାଗକୁ ପାଣିରେ ଫୁଟାଇ ସେହି ପାଣିକୁ ପିଇବା ଦ୍ୱାରା ପେଟ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ।
ବଥୁଆ ଶାଗ ରସରେ ଅଳ୍ପ ଚିନି ମିଶାଇ ଖାଲିପେଟରେ ନିୟମିତ ୩ ମାସ ପିଇବା ଦ୍ୱାରା ପେଟରେ ହେଉଥିବା ପଥର ବା ଷ୍ଟୋନ୍‍ ସମସ୍ୟା ଦୂର ହୋଇଥାଏ।
ବଥୁଆ ଶାଗ ପିଲାଙ୍କୁ ଖାଇବାକୁ ଦେଲେ ସେମାନଙ୍କର ପେଟରେ ଥିବା କୃମି ଆଦି ଦୂର ହୋଇଥାଏ।
ବଥୁଆ ଶାଗ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ।
ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
ଅଳ୍ପ କିଛି ପରିମାଣରେ ବଥୁଆ ଶାଗ କଞ୍ଚା ଚୋବାଇ ଖାଇଲେ ମୁହଁର ର୍ଦୁଗନ୍ଧ ଦୂର ହୋଇଥାଏ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories