www.samajalive.in
Monday, December 8, 2025
17.1 C
Bhubaneswar

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଲକ୍ଷ୍ମୀପୁରର ଇକୋ ଟାୱାର;ରାସ୍ତାରେ ଅଟକି ଯାଉଛନ୍ତି ପଥଚାରୀ

ଲକ୍ଷ୍ମୀପୁର : ପର୍ଯ୍ୟଟକଙ୍କୁ ଲକ୍ଷ୍ମୀପୁରର ଇକୋ ଟାୱାର ବେଶ ଆକୃଷ୍ଟ କରୁଛି । ଜଙ୍ଗଲ ପାହାଡ଼ ଘେରା କୋରାପୁଟ ଜିଲାରେ ଏହା ଅବସ୍ଥିତ। ତେବେ ଯାତ୍ରୀମାନଙ୍କ ଛଡ଼ା ଅସାମାଜିକ ବ୍ୟକ୍ତି ମାନେ ଏଠାରେ ମଦ୍ୟ ପାନ କରିବା ସହ ପରିବେଶକୁ ଅପରିଷ୍କାର କରିଛନ୍ତୁ। ତେଣୁ ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ସହ ଏହାକୁ ସଫାସୁତୁରା କରିବାର ଆବଶ୍ୟକତା ରହିଛି। ଏହାସହିତ ଟାୱାରରୁ ରଙ୍ଗ ଛାଡ଼ି ଯାଇଥିବାରୁ ଏହାକୁ ପୁନଃର୍ବାର ରଙ୍ଗର ପ୍ରଲେପ ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ, ସବୁଜ ବାନାନୀ ଗୁଡ଼ିକ ଅବକ୍ଷୟ ହେବାକୁ ବସିଥିବା ବେଳେ ବର୍ଷା ଋତୁ ଠାରୁ ବସନ୍ତ ଋତୁ ପର୍ୟ୍ୟନ୍ତ ସବୁଜିମା ଚଦରକୁ ରାସ୍ତାର ଉଭୟ ପଟରେ ଥିବା ପର୍ବତ ଗୁଡ଼ିକ ଘୋଡ଼ାଇ ହୋଇଥା’ନ୍ତି। ଅବିଭକ୍ତ କୋରାପୁଟ ଜିଲାରେ ଏଭଳି ମନୋରମ ଦୃଶ୍ୟ ସ୍ବର୍ଗର ଦୃଶ୍ୟସମ ଅନୁଭବ ହୋଇଥାଏ। ଲକ୍ଷ୍ମୀପୁର ବ୍ଲକର ରାଚିଂ ବିଜୱାଡ଼ା ରାସ୍ତାର ରାୟଗଡ଼ା ଠାରୁ କୋରାପୁଟ ଯିବା ରାସ୍ତାରେ ଏହି ଏକ ଇକୋ ଟାୱାରର ସୁନ୍ଦରତମ ଦୃଶ୍ୟ ଦେଖିବାକୁ ମିଳେ । ଏହା ଲକ୍ଷ୍ମୀପୁର ଠାରୁ ୫ କିଲୋମିଟର ଦୂର ଧରମଧର ଘାଟି ବା (ଡି.ଡି) ଘାଟି ଶୀର୍ଷରେ ଅବସ୍ଥିତ। ଏଠାରେ ଏହି ଇକୋ ଟାୱାରଟି ୨୦୦୫ ମସିହାରେ ନିର୍ମାଣ କରାଯାଇଥିଲା। ପରିକଳ୍ପନା ସ୍ୱରୁପ ସେତେବେଳେ ବ୍ଲକରେ ଥିବା କନିଷ୍ଠ ଯନ୍ତ୍ରୀ ଏନଏନ ଦାସଙ୍କ ଦ୍ୱାରା ଏହା ନିର୍ମାଣ କରାଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ବାଳକୃଷ୍ଣ ସାହୁ ଲକ୍ଷ୍ମୀପୁରରୁ କୋରାପୁଟ ଯିବା ବେଳେ ଏଠାରେ ଅଟକି ପର୍ଯ୍ୟଟକମାନେ ମନୋମର ଦୃଶ୍ୟ ଉପଭୋଗ କରିବା ଲାଗି ଏହି ଟାୱାରଟି ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଥିଲେ ଓ ତାଙ୍କ ଦ୍ୱାରା ଏହା ଉଦ୍ଦଘାଟିତ ହୋଇଥିଲା। ଘାଟିର ଶୀର୍ଷରେ ଥିବା ଏହି ଟାୱାରଟି ପଥଚାରୀମାନଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ବିଶେଷ କରି ଏହା ଉପରେ ଚଢ଼ି ଉଭୟ ପଟେ ଯାଇଥିବା ରାସ୍ତାର ଅଙ୍କାବଙ୍କା ଚିତ୍ର ସହିତ ନଳ ଚଦର ଘୋଡ଼ାଇ ହୋଇଥିବା ପର୍ବତ ମାଳା ଏହା ଉପରେ ଉଡ଼ି ଯାଉଥିବା ପକ୍ଷୀମାନଙ୍କ କିଚିରି ମିଚିରି ସ୍ୱରକୁ ଏବଂ ବସନ୍ତ ଋତୁରେ କୋଇଲିର କୁହୁ କୁହୁ ଶୁଣିବାକୁ ମିଳିଥାଏ। ଆଖପାଖ ଅଚଂଳର ଲୋକମାନଙ୍କ ସହିତ ଦୂର ଦୂରାନ୍ତରୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକମାନେ ଏଠାରେ କିଛିକ୍ଷଣ ଅଟକି ଯାଇ ଏହାର ସୌନ୍ଦର୍ୟ୍ୟ ଦୃଶ୍ୟକୁ ଉପଭୋଗ କରିଥାଆନ୍ତି ଏବଂ କ୍ୟାମେରା ଓ ମୋବାଇଲରେ ଫଟୋ ମଧ୍ୟ ଉଠାଇଥାନ୍ତି। ପଥଚାରୀ, ପର୍ଯ୍ୟଟକଙ୍କ ପାଇଁ ଏଠାରେ ଏକ ନଳକୂପ ଖନନ କରାଯାଇଛି। କେହି କେହି ଏଠାରେ ଭୋଜି କରିବା ସହ ନିଜସହ ଆଣିଥିବା ରନ୍ଧାଖାଦ୍ୟ ମଧ୍ୟ ଖାଇଥାଆନ୍ତି। ଏଠାରୁ ସୂର୍ଯ୍ୟଙ୍କ ପ୍ରଥମ କିରଣ ସହିତ ଅସ୍ତଗାମୀ ଆଭାକୁ ବେଶ ଉପଭୋଗ କରିହୁଏ।
ଗମନାଗମନ ଦୃଷ୍ଟିରୁ ଏଠାରୁ ଲକ୍ଷ୍ମୀପୁରର ଦୂରତ୍ୱ ୫ କିଲୋମିଟର, କୋରାପୁଟର ଦୂରତ୍ୱ ୫୩ ଓ ରାୟଗଡ଼ାର ଦୂରତ୍ୱ ୫୭ କିଲୋମିଟର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories