www.samajalive.in
Tuesday, December 9, 2025
17.1 C
Bhubaneswar

‘ସାର୍କ’କୁ ମୋଦୀଙ୍କ ପତ୍ର – ଆତଙ୍କବାଦକୁ ବିରୋଧ କରନ୍ତୁ ସଭ୍ୟ ରାଷ୍ଟ୍ର

ନୂଆଦିଲ୍ଲୀ: ଆତଙ୍କବାଦର ଅବସାନ ଏବଂ ଏହାକୁ ପ୍ରୋତ୍ସାହିତ କରୁଥିବା ଶକ୍ତିଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାର୍କ ଦେଶଗୁଡ଼ିକ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି। ଦକ୍ଷିଣ ଏସୀୟ ସହଯୋଗ ପରିଷଦ ବା ସାର୍କର ପ୍ରତିଷ୍ଠା ଦିବସ ଅବସରରେ ସାର୍କ ସଚିବାଳୟକୁ ଏକ ପତ୍ର ଲେଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇପାରିଲେ ଏହା ସଂପୃକ୍ତ ମେଣ୍ଟଭୁକ୍ତ ରାଷ୍ଟ୍ରଙ୍କ ମଧ୍ୟରେ ଅଧିକ ବିଶ୍ୱାସ ସୃଷ୍ଟି କରିପାରିବ। ପାକିସ୍ତାନ ସଂପର୍କରେ ପରୋକ୍ଷ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାର୍କର ସଭ୍ୟରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ପ୍ରତିଷ୍ଠା ପାଇଁ ଭାରତ ଉଦ୍ୟମ କରିଥିଲେ ହେଁ କେତେକ ରାଷ୍ଟ୍ର ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ଏହାକୁ ବାରମ୍ବାର ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି। ଏହା ଫଳରେ ସାର୍କ ତା’ର ଲକ୍ଷ୍ୟ ସାଧନ ଦିଗରେ ସଫଳ ହୋଇପାରୁ ନାହିଁ। ଏହା ସତ୍ତ୍ବେ ସାର୍କ ମେଣ୍ଟ କେତେକ କ୍ଷେତ୍ରରେ ପ୍ରଗତି କରିଛି। ତେବେ ଆହୁରି ଅନେକ କିଛି କରିବାକୁ ରହିଛି ବୋଲି ସେ କହିଛନ୍ତି।

୨୦୧୪ରେ କାଠମାଣ୍ଡୁଠାରେ ସାର୍କର ଶେଷ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଲେ। ୨୦୧୬ରେ ଇସଲାମାବାଦଠାରେ ଅନୁଷ୍ଠିତ ହେବାକୁ ଥିବା ଶିଖର ସମ୍ମିଳନୀରେ ଭାରତ ଉରୀ ଆତଙ୍କବାଦୀ ଆକ୍ରମଣ ଘଟଣା ଯୋଗୁଁ ଯୋଗ ଦେବାକୁ ମନା କରିଦେଇଥିଲା। ବାଂଲାଦେଶ, ଭୁଟାନ ଏବଂ ଆଫଗାନିସ୍ଥାନ ଏଥିରେ ମଧ୍ୟ ଯୋଗ ଦେବାକୁ ମନା କରିଦେବାରୁ ଏହି ସମ୍ମିଳନୀ ବାତିଲ ହୋଇଥିଲା। ପ୍ରତିବର୍ଷ ଡିସେମ୍ବର ୮ ତାରିଖ ସାର୍କ ସନନ୍ଦ ଚୁକ୍ତି ଦିବସ ଭାବେ ପାଳିତ ହୋଇଆସୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories