www.samajalive.in
Monday, December 8, 2025
27.1 C
Bhubaneswar

ପୁଲିସ କ୍ୱାର୍ଟର ଗଣଦୁଷ୍କର୍ମ ଘଟଣାରେ ଆଉ ଦୁଇ ଗିରଫ

ପୁରୀ: ପୁରୀ ପୁଲିସ କ୍ୱାର୍ଟର ଗଣଦୁଷ୍କର୍ମ ଘଟଣାରେ ଆଜି ଆଉ ଦୁଇ ଜଣକୁ ଗିରଫ କରାଯାଇଛି। ସେମାନେ ହେଉଛନ୍ତି ରଞ୍ଜିତ ପରିଡା ଓ ତାଙ୍କ ପତ୍ନୀ। ପୁରୀ ଗଣ ବଳାତ୍କାର ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ପୁରୀ ଏସପି ଉମା ଶଙ୍କର ଦାସ କହିଛନ୍ତି। ଏକ ଘରୋଇ ନିଉଜ ଚ୍ୟାନେଲରେ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟ କରୁଥିବା ରଞ୍ଜିତ ଓ ତାଙ୍କ ପତ୍ନୀ ବିଭିନ୍ନ ସମୟରେ ଝିଅମାନଙ୍କୁ ଖରାପ କାର୍ଯ୍ୟରେ ନିୟୋଜିତ କରୁଥିବା ଓ ସ୍କୁଟିରେ ସେମାନଙ୍କୁ ଭୁବନେଶ୍ୱର ଆଣି ଗ୍ରାହକମାନଙ୍କ ପାଖରେ ପହଞ୍ଚାଉଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାପଡିଛି। ପୁଲିସ ଉଭୟଙ୍କୁ ଜେରା କରିବା ପରେ ହିଁ ଏଭଳି ଘଟଣାରେ ଅନ୍ୟ କେତେଜଣ ସାମିଲ ଜଣାପଡିବ। ଏହି ଦୁଇ ଜଣକୁ ମିଶାଇ ଏ ପର୍ଯ୍ୟନ୍ତ ପୁଲିସ କ୍ୱାର୍ଟର ଗଣଦୁଷ୍କର୍ମ ଘଟଣାରେ ୬ ଜଣକୁ ଗିରଫ କରିଛି।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହି ଗଣଦୁଷ୍କର୍ମ ଘଟଣାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଥିବା ଜଣାପଡିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories