www.samajalive.in
Monday, December 8, 2025
17.1 C
Bhubaneswar

ତ୍ୱଚାରେ ଲଗାନ୍ତୁ ଦେଶୀ ଘିଅ, ଦୂର ହେବ ବହୁ ସମସ୍ୟା

ତ୍ୱଚାର ସୁନ୍ଦରତା ପାଇଁ ସଭିଏଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି। ମାତ୍ର ବହୁ ଦାମୀ କ୍ରିମ ଓ ଅନ୍ୟାନ୍ୟ ଜିନିଷ ବ୍ୟତୀତ ଏକ ସରଳ ଉପାୟରେ ମୁହଁର ସୌନ୍ଦର୍ଯ୍ୟକୁ ବୃଦ୍ଧି କରି ହେବ। ଆଧୁନିକ ଜୀବନଶୈଳୀରେ ନିଜକୁ ଫିଟ ରଖିବା ପାଇଁ ପ୍ରତ୍ୟେକ ଲୋକେ ଘିଅର ବ୍ୟବହାର ଠାରୁ ନିଜକୁ ଦୂରରେ ରଖିଥାଆନ୍ତି। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ବର୍ତ୍ତମାନ ଏହା ମନରୁ ଦୂର କରି ଦିଅନ୍ତୁ। ଘିଅର ବ୍ୟବହାର କିପରି କଲେ ଏହା ଆମ ପାଇଁ ଲାଭଦାୟକ ହେବ ତାହା ହୁଏତ ସଭିଏଁ ଜାଣି ନଥିବେ। ବିଶେଷ କରି ଥଣ୍ଡା ଦିନରେ ମୁହଁରେ ଘିଅ ଲଗାଇଲେ ଏହାର ମୁହଁର ବିଭିନ୍ନ ସମସ୍ୟା ଦୂର କରିଥାଏ। ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର ….
ବହୁ ଲୋକଙ୍କର ମୁହଁ ଶୁଷ୍କ ଅଟେ। ଅଳ୍ପ କିଛି ଘିଅକୁ ନେଇ ମୁହଁରେ ଭଲ ଭାବେ ମାଲିସ କରନ୍ତୁ। ଏହା ଦ୍ୱାରା ମୁହଁର ଶୁଷ୍କପଣ ଦୂର ହୋଇଥାଏ। ମୁହଁ ଉଜ୍ୱଳ ଓ କୋମଳ ହୋଇଥାଏ।
ତଡ଼କା ହେଉ ଅଥବା ଡ଼ାଲିକୁ ଘିଅରେ ପ୍ରସ୍ତୁତ କରି ଖାଇବା ଦ୍ୱାରା ଅଧିକ ବୟସ ହେଲେ ମଧ୍ୟ କମ ବୟସର ଭଳି ଜଣାପଡ଼ିବେ। ଏଥିରେ ଭିଟାମିନ ଇ ଥିବାରୁ ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ।
ଆଖି ତଳର କଳା ଦାଗ ଦୂର କରିବା ପାଇଁ ସପ୍ତାହକୁ ୩ ରୁ ୪ ଥର ଏକ ବୁନ୍ଦା ଘିଅ ଭଲ ଭାବେ ମାଲିସ କରି ଦିଅନ୍ତୁ। ଏପରି କରିବା ଦ୍ୱାରା କଳାଦାଗ ସଂପୂର୍ଣ୍ଣ ଦୂର ହୋଇଥାଏ।
ଓଠର କଳାପଣ ଦୂର କରିବା ପାଇଁ ଓ ଓଠକୁ ନରମ କରିବା ପାଇଁ ନିୟମିତ ଘିଅର ବ୍ୟବହାର କରନ୍ତୁ। ରାତିରେ ଶୋଇବା ସମୟରେ ଘିଅକୁ ଓଠରେ ମାଲିସ କରି ଶୁଅନ୍ତୁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories