www.samajalive.in
Monday, December 8, 2025
20.1 C
Bhubaneswar

ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ପତ୍ନୀଙ୍କୁ ଭେଟି ଦିଅନ୍ତୁ ଏହି ୪ଟି ଉପହାର

ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଦେବୀ ଲକ୍ଷ୍ମୀଙ୍କର ବହୁ ରୂପ ରହିଛି। ଘରର ମହିଳା ତାଙ୍କର ଏକ ରୂପ ବୋଲି କୁହାଯାଏ। ଯେଉଁ ଘରେ ଗୃହର ଲକ୍ଷ୍ମୀ ପ୍ରସନ୍ନ ଓ ଖୁସି ରୁହନ୍ତି ସେଠାରେ ଦେବୀ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। ମା’ଙ୍କ କୃପା ପ୍ରାପ୍ତି ପାଇଁ ୪ଟି ଜିନିଷକୁ ପତି ନିଜ ପତ୍ନୀଙ୍କୁ ସମୟ ଅନୁଯାୟୀ ଉପହାର ସ୍ୱରୂପ ଦେବା ଉଚିତ। ଜାଣନ୍ତୁ ….
ବୁଧବାର କିମ୍ବା ଶୁକ୍ରବାର ଦିନ ଗୃହର ଲକ୍ଷ୍ମୀଙ୍କୁ ବସ୍ତ୍ର ଦିଅନ୍ତୁ। ପତ୍ନୀଙ୍କ ବ୍ୟବତୀତ ଘରେ ଥିବା ଭଉଣୀ ଓ ମା’ଙ୍କୁ ମଧ୍ୟ ବସ୍ତ୍ର ଦେଇ ପାରିବେ।
ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଆଦି ଆଭୂଷଣ ମା’ଲକ୍ଷ୍ମୀଙ୍କୁ ଓ ଗୃହର ଲକ୍ଷ୍ମୀଙ୍କୁ ଖୁବ ପସନ୍ଦ। ତେଣୁ ବର୍ଷକୁ ଥରେ ମଧ୍ୟ ହେଉ ପତି ନିଜ ପତ୍ନୀଙ୍କୁ ସୁନାର ଅଳଙ୍କାର ଦେବା ଉଚିତ।
ସଧବାଙ୍କ ସାମଗ୍ରୀ ଯେପରି ସିନ୍ଦୂର, ବିନ୍ଦି, ଚୁଡ଼ି ଆଦି ଉପହାର ନିଜ ପତ୍ନୀଙ୍କୁ ଦିଅନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୁଅନ୍ତି।
ଏହି ସମସ୍ତ ଦ୍ରବ୍ୟ ବ୍ୟତୀତ ଅନ୍ୟ ଏକ ବିଶେଷ ଦ୍ରବ୍ୟ ରହିଛି, ଯାହାକୁ ଉପହାର ସ୍ୱରୂପ ଦେବା ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିନଥାଏ। ତାହା ହେଉଛି ପତ୍ନୀଙ୍କୁ ଉପଯୁକ୍ତ ସମ୍ମାନ ଓ ମଧୁର ବଚନ।
ଏହି ସମସ୍ତ ଉପାୟ ଆପଣେଇଲେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବାସହ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories