www.samajalive.in
Monday, December 8, 2025
27.1 C
Bhubaneswar

ପ୍ରେମିକାଙ୍କୁ ଗୁଳିକରି ଆତ୍ମହତ୍ୟା କଲେ ଡାକ୍ତର, କାରରୁ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଜଣେ ଡାକ୍ତର କାର ଭିତରେ ତାଙ୍କ ପ୍ରେମିକାଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ପହଞ୍ଚି କାରରୁ ୨ଟି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଡିସିପି ଏସ.ଡି. ମିଶ୍ରା କହିଛନ୍ତି, ଗତ ବୁଧବାର ରୋହିଣୀ ଅଞ୍ଚଳରେ ଏକ କାରରୁ ଜଣେ ମହିଳା ଏବଂ ପୁରୁଷଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପୁରୁଷ ଜଣକ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ମହିଳାଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମୃତକମାନେ ହେଲେ ରୋହିଣୀ ସେକ୍ଟର-୧୩ର ଓମପ୍ରକାଶ କୁକରେଜା ଏବଂ ସୁଦୀପ୍ତା ମୁଖର୍ଜୀ। ସୁଦୀପ୍ତା ରୋହିଣୀ ଅଞ୍ଚଳରେ ଥିବା ନିର୍ବାଣ ନର୍ସିଂହୋମ୍‌ର ଏମଡି ଥିଲେ ଏବଂ ଓମପ୍ରକାଶ ସେଠାରେ ଡାକ୍ତର ଥିଲେ। ପୁଲିସ ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ସୁଦୀପ୍ତା ବିବାହ କରିବା ଲାଗି ଓମପ୍ରକାଶକୁ ବାଧ୍ୟ କରୁଥିଲେ। ଏହାକୁ ନେଇ ଓମପ୍ରକାଶ ଚିନ୍ତିତ ଥିଲେ। କାରଣ ଓମପ୍ରକାଶ ପୂର୍ବରୁ ବିବାହିତ ଥିବାବେଳେ ତାଙ୍କର ଜଣେ ଦିବ୍ୟାଙ୍ଗ ସ୍ତ୍ରୀ ରହିଛନ୍ତି। ସୁଦୀପ୍ତା ବିବାହ ପାଇଁ ଜିଦ୍‌ କରିବାରୁ ଓମପ୍ରକାଶ ତାଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ଉଭୟଙ୍କ ପରିବାର ଲୋକଙ୍କୁ ପଚରାଉଚରା ଚଳାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories