www.samajalive.in
Monday, December 8, 2025
20.1 C
Bhubaneswar

ଥଣ୍ଡା ଜନିତ ସମସ୍ୟାରୁ ଶୀଘ୍ର ମୁକ୍ତି ପାଇବାକୁ ହେଲେ ଆପଣାନ୍ତୁ ଏହି ଉପାୟ

ଶୀତ ଦିନ ଆରମ୍ଭ ହେବା ମାତ୍ରେ ଅଧିକାଂଶ ସମୟରେ ଥଣ୍ଡା, କାଶ ଲାଗି ରହିଥାଏ। ସେହି ସମୟରେ କୌଣସି କାମରେ ମନ ନଲାଗିବା ସହ ଖାଦ୍ୟ ମଧ୍ୟ ଅରୁଚିକର ଲାଗେ। ଥଣ୍ଡା ସମୟରେ କେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଆରାମ ମିଳିବା ସହ ଶୀଘ୍ର ଥଣ୍ଡାକାଶ ଭଲ ହୋଇଥାଏ। ସେ ବିଷୟରେ ଜାଣନ୍ତୁ….
ଉଷ୍ଣ ଖାଦ୍ୟ ଖାଆନ୍ତୁ –
ଯେକୌଣସି ଖାଦ୍ୟକୁ ହାଲକା ଉଷ୍ଣ ଅବସ୍ଥାରେ ଖାଆନ୍ତୁ। ଏପରି କରିବା ଦ୍ୱାରା ଗଳାକୁ ଆରାମ ମିଳିବା ସହ ଥଣ୍ଡା ମଧ୍ୟ ଶୀଘ୍ର ଭଲ ହୋଇଥାଏ।
କ୍ଷୀର –
ସାଧାରଣ ଭାବେ ଥଣ୍ଡା ହୋଇଥିବା ସମୟରେ କ୍ଷୀର ପିଇବାକୁ ମନାକରାଯାଏ। କାରଣ କ୍ଷୀର ପିଇବା ଦ୍ୱାରା କଫ ହୋଇଥାଏ। ଏଭଳି ସମୟରେ କ୍ଷୀରରେ ଅଦା ପକାଇ ପିଇ ପାରିବେ।
ମହୁ ଓ ଗୋଲମରିଚ –
ଏକ ଚାମଚ ମହୁରେ ଅଳ୍ପ ଗୋଲମରିଚ ମିଶାଇ ଥଣ୍ଡା ହୋଇଥିବା ସମୟରେ ରାତିରେ ଖାଆନ୍ତୁ। ଏପରି କରିବା ଦ୍ୱାରା ଗଳା ଯନ୍ତ୍ରଣା ଦୂର ହେବା ସହ ଥଣ୍ଡାରୁ ମଧ୍ୟ ମୁକ୍ତି ମିଳିଥାଏ।
ରସୁଣ –
ଥଣ୍ଡା ହୋଇଥିବା ସମୟରେ ନିୟମିତ ଖାଦ୍ୟ ଖାଇବା ସମୟରେ ରସୁଣ ଖାଆନ୍ତୁ। ଏପରି କରିବା ଦ୍ୱାରା ଶୀଘ୍ର ଥଣ୍ଡାରୁ ମୁକ୍ତି ମିଳିଥାଏ।
ଗରମ ପାଣିର ବ୍ୟବହାର –
ଥଣ୍ଡା ହେବା ସମୟରେ ଉଷୁମ ପାଣି ପିଇବା ସହ ୨ ରୁ ୩ ଥର ଉଷୁମ ପାଣିରେ ଗାରଗେଲ୍‍ କରନ୍ତୁ।
ସୋରିଷ ତେଲର ମାଲିସ –
ସୋରିଷ ତେଲରେ ଅଳ୍ପ ରସୁଣ ପକାଇ ଏହାକୁ ଶରୀରରେ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories