www.samajalive.in
Thursday, December 11, 2025
27.1 C
Bhubaneswar

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା; ରାଜୀବ ଗାନ୍ଧୀ ଆଇଏନଏସ ବିରାଟକୁ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରିଥିବା ତଥ୍ୟ ନାହିଁ

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସାଧାରଣ ନିର୍ବାଚନ ସମୟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ବିରୋଧରେ କ୍ଷମତାର ଦୁରୁପଯୋଗ ଅଭିଯୋଗ ଆଣିଥିଲେ। ରାଜୀବ ନିଜର ଅବସର ବିନୋଦନ ପାଇଁ ନୌସେନା ଯାହାଜ ଆଇଏନ୍ଏସ୍ ବିରାଟକୁ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରି କ୍ଷମତାର ଦୁରୁପଯୋଗ କରିଥିଲେ ବୋଲି ମୋଦୀ ଅଭିଯୋଗ କରି ଗାନ୍ଧୀ ପରିବାର ଓ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। ଏହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଥିଲା। ରାଜୀବ ଗାନ୍ଧୀ ଜୀବିତ ନ ଥିବାରୁ କଂଗ୍ରେସ ଏହାର ଠିକ୍‌ ଭାବେ ମୁକାବିଲା କରି ନ ପାରି ବ୍ୟାକ୍‌ଫୁଟକୁ ଚାଲିଯାଇଥିଲା। କିନ୍ତୁ ରାଜୀବ ଗାନ୍ଧୀ ଆଇଏନଏସ ବିରାଟର ଅପବ୍ୟବହାର କରିଥିବାର କୌଣସି ପ୍ରମାଣ ନାହିଁ। ଖୋଦ ପ୍ରତିରକ୍ଷା ମନ୍ତ୍ରଣାଳୟରେ ବି ଏ ସମ୍ପର୍କିତ ତଥ୍ୟ ନ ଥିବା ଦର୍ଶାଇଛି। ମୋଦୀଙ୍କ ଅଭିଯୋଗର ପ୍ରାସଙ୍ଗିକତା ରହିଥିବାରୁ ଏହାର ସତ୍ୟାସତ୍ୟ ଜାଣିବା ଲାଗି ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ସୂଚନା ଅଧିକାର ଆଇନ ବଳରେ ତିନି ସେନାର ମୁଖ୍ୟ ଦପ୍ତର ତଥା ସମନ୍ବିତ ମୁଖ୍ୟ କାର୍ଯ୍ୟାଳୟ(ନୌସେନା)କୁ ଆଇଏନଏସ ବିରାଟ ସମ୍ପର୍କରେ ତଥ୍ୟ ମାଗିଥିଲେ।

କିନ୍ତୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଛୁଟି କାଟିବା ପାଇଁ ଆଇଏନ୍ଏସ୍ ବିରାଟକୁ ବ୍ୟବହାର କରିଥିବା ତଥ୍ୟ ନୌସେନା ନିକଟରେ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟ କାର୍ଯ୍ୟାଳୟର ଭାଇସ ଏଡମିରାଲ ତଥା ସୂଚନା ଅପିଲ ଅଧିକାରୀ ବିଶ୍ୱଜିତ ଦାସ ଗୁପ୍ତ ଚିଠି(ନଂ- ଡିଏଲ୍/୦୮୧୨/୬୭୪୬/ଆଇ/ଅପିଲ) ଯୋଗେ ପଣ୍ଡାଙ୍କୁ ଏହି ସୂଚନା ଦେଇଛନ୍ତି। ତଥ୍ୟରୁ ଜଣାପଡିଛି ଯେ, ଆଇଏନଏସ ବିରାଟ ୟୁନାଇଟେଡ କିଙ୍ଗ୍‌ଡମ୍‌ର ପ୍ଲାଇମାଉଥରେ ୧୯୮୭ ମେ ୧୨ ତାରିଖରେ ଯାତ୍ରାରମ୍ଭ କରି ଆଟଲାଣ୍ଟିକ ମହାସାଗର, ଲୋହିତ ସାଗର ଏବଂ ଆରବ ସାଗର ଦେଇ ୧୯୮୭ ଅଗଷ୍ଟ ୨୨ରେ ମୁମ୍ବଇରେ ପହଞ୍ଚିଥିଲା। ୨୦୧୭ ମାର୍ଚ୍ଚ ୬ରେ ଆଇଏନଏସ ବିରାଟ ଆନୁଷ୍ଠାନିକ ଭାବେ କାର୍ଯ୍ୟରୁ ଅବସର ନେଇଥିଲା।

- Advertisement -

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘଦିନ ଧରି ଏହି ସମ୍ବେଦନଶୀଳ ବିଷୟକୁ ନେଇ ତଥ୍ୟ ସଂଗ୍ରହ ପାଇଁ ସୂଚନା ଅଧିକାର କର୍ମୀ ପଣ୍ଡା ଉଦ୍ୟମ କରିଆସୁଥିଲେ। ତାଙ୍କୁ ନିର୍ଦ୍ଦିଷ୍ଟ ଭାବେ ସେନା ମୁଖ୍ୟ ଦପ୍ତରରୁ ପୂର୍ବରୁ ଉତ୍ତର ଦିଆ ନ ଯିବାରୁ ସେ ଅପିଲ କରିଥିଲେ। ଅପିଲ ଅଧିକାରୀ ବର୍ତ୍ତମାନ ଏହି ତଥ୍ୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଉଁ ଆଧାରରେ ଏଭଳି ଅଭିଯୋଗ ଉଠାଇଥିଲେ ବୋଲି ପଣ୍ଡା ପ୍ରଶ୍ନ କରିବା ସଙ୍ଗେ ଅଭିଯୋଗ ପ୍ରମାଣ କରିବାକୁ ଆହ୍ୱାନ ଦେଇଛନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories