www.samajalive.in
Monday, December 8, 2025
20.1 C
Bhubaneswar

ଆଧାର ସଂଶୋଧନ ଆଇନ ସମ୍ପର୍କରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ଆଧାର ସଂଶୋଧନ ଆଇନ ବିରୋଧୀ ଏକ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଶୁଣାଣି କରି ଶୁକ୍ରବାର କେନ୍ଦ୍ର ସରକାରକୁ ନୋଟିସ ଜାରି କରିଛନ୍ତି। ଜୁଲାଇରେ ସଂସଦ​ରେ ଗୃହୀତ ଏହି ସଂଶୋଧିତ ଆଇନ କ୍ରମେ ଘରୋଇ କମ୍ପାନୀଗୁଡିକୁ ଆଧାର ସମ୍ବନ୍ଧୀୟ ତଥ୍ୟ ବ୍ୟବହାର ଅନୁମତି ପ୍ରଦାନ କରାଯାଇଛି। ଏହାକୁ ବିରୋଧ କରି ଅବସରପ୍ରାପ୍ତ ସେନା ଅଧିକାରୀ ଏସ.ଜି. ଭୋମ୍ବାଟକେରେ ଏବଂ ମାନବିକ ଅଧିକାର କମିସନ ବେଜୱାଡା ୱିଲସନ ଅଗଷ୍ଟରେ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ। ଏହାଦ୍ବାରା ସରକାର ଓ ଘରୋଇ କମ୍ପାନୀଗୁଡିକ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରିବା ସହିତ ସେମାନଙ୍କ ଉପରେ ଏକପ୍ରକାର ନଜର ରଖିବାର ସୁଯୋଗ ପାଇବେ ବୋଲି ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ। ପ୍ରଧାନ ବିଚାରପତି ଏସ. ଏ. ବୋବଡେ ଏବଂ ଜଷ୍ଟିସ ବି.ଆର. ଗଭଇଙ୍କ ପୀଠ ଏହି ଆବେଦନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଆଧାର ସଂଶୋଧନ ଉପରେ ପୂର୍ବରୁ ଜାରି କରାଯାଇଥିବା ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ମଧ୍ୟ ଏହା ସହିତ ସାମିଲ କରାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories