www.samajalive.in
Monday, December 8, 2025
27.1 C
Bhubaneswar

୬ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

କଟକ: କଟକ ଜିଲାର ସାଲେପୁର ଅନ୍ତର୍ଗତ ନେମାଳ ଥାନା ଅଞ୍ଚଳରେ ଜଣେ ୬ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ପରିବାର ଲୋକଙ୍କ ସହିତ ପାଖ ଗାଁକୁ ଯାତ୍ରା ଦେଖିବା ଲାଗି ଯାଇଥିବାବେଳେ ବଳାତ୍କାରର ଶିକାର ହୋଇଥିବା ଜଣାପଡ଼ିଛି। ତେବେ ସମ୍ପୃକ୍ତ ଅଞ୍ଚଳରେ ପଡ଼ିଥିବା ଏକ ଯାତ୍ରାପାର୍ଟିର କେହି ଜଣେ ବ୍ୟକ୍ତି ତାଙ୍କୁ ବଳାତ୍କାର କରିଥିବା ପରିବାର ଲୋକେ ଏବଂ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ମିଳିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଯେଉଁସ୍ଥାନରେ ଯାତ୍ରାପାର୍ଟି ପଡ଼ିଥିଲା ପୁଲିସ ସେଠାକୁ ଯାଇ ଯାତ୍ରାପାର୍ଟି କର୍ମଚାରୀଙ୍କୁ ପଚରାଉଚରା କରିଛି। ଏପରି କି ଯାତ୍ରା ଶେଷ ହୋଇଥିଲେ ମଧ୍ୟ ଯାତ୍ରାପାର୍ଟିର କୌଣସି ବ୍ୟକ୍ତିଙ୍କୁ ପୁଲିସ ଛାଡ଼ିନାହିଁ। ପୀଡ଼ିତା ନାବାଳିକାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories