www.samajalive.in
Sunday, December 7, 2025
26.1 C
Bhubaneswar

ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ କରିବା ଅଧିକାର ଚୀନର ନାହିଁ: ଆମେରିକା

ଜାତିସଂଘ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିବା ଅଧିକାର ଚୀନର ନାହିଁ ବୋଲି ଆମେରିକା କହିଛି। ଆମେରିକା ରାଷ୍ଟ୍ରଦୂତ ସାମ୍‌ ବ୍ରାଉନବେକ୍‌ ଜାତିସଂଘରେ କହିଛନ୍ତି ଯେ, ଅନ୍ତର୍ଜାତୀୟ ଧାର୍ମିକ ସ୍ବତନ୍ତ୍ରତା ପାଇଁ ବିଶ୍ଵ ସମୁଦାୟ ସ୍ପଷ୍ଟ ଏବଂ ଦୃଢ଼ ଭାବରେ ଅବଗତ ହେବା ଜରୁରୀ ଯେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ନିର୍ଦ୍ଧାରଣ କରିବାର ଅଧିକାରୀ ଚୀନ ସରକାରଙ୍କର ନାହିଁ। ତିବ୍ଦତୀୟ ବୌଦ୍ଧଭିକ୍ଷୁମାନଙ୍କ ଦ୍ବାରା ଦଲାଇ ଲାମାଙ୍କ ଉତ୍ତରାଧିକାରୀ ନିର୍ଦ୍ଧାରଣ କରାଯିବା ଉଚିତ। ଆମେରିକା ରାଷ୍ଟ୍ରଦୂତ ବ୍ରାଉନବେକ୍‌ଙ୍କ କହିବା ଅନୁସାରେ, ୟୁରୋପୀୟ ସରକାରଙ୍କ ଦ୍ବାରା ଏହି ପ୍ରସଙ୍ଗ ଉତ୍ଥାପନ କରାଯିବା ଉଚିତ, ଯିଏ ଧାର୍ମିକ ସ୍ବତନ୍ତ୍ରତା ଏବଂ ମାନବାଧିକାର ବିଷୟରେ ଚିନ୍ତା କରୁଛି। ଜାତିସଂଘରେ ବି ଏହି ପ୍ରସଙ୍ଗ ଉଠାଯିବା ଆବଶ୍ୟକ। ବିଶେଷ କରି ଧାର୍ମିକ ସ୍ବତନ୍ତ୍ରତା ଏବଂ ମାନବାଧିକାର ବିଷୟରେ ଚିନ୍ତା କରୁଥିବା ୟୁରୋପୀୟ ସରକାରମାନେ ଏହି ପ୍ରସଙ୍ଗ ଉପସ୍ଥାପନ କରିବା ଦରକାର।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories