www.samajalive.in
Monday, December 8, 2025
17.1 C
Bhubaneswar

ଜିଲା ସ୍ତରୀୟ ଯୁବ ମହୋତ୍ସବ ଉଦଘାଟିତ

ଝାରସୁଗୁଡ଼ା: ଜିଲା ସ୍ତରୀୟ ଯୁବ ମହୋତ୍ସବ ଝାରସୁଗୁଡ଼ା ଠାରେ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଶିବ ଟପ୍ପୋ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ଯୁବ ମହୋତ୍ସବ ଆୟୋଜନ ଦ୍ୱାରା ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା କଳାକାରମାନଙ୍କ ମଧ୍ୟରେ ଭାବ ବିନିମୟ ହେବା ସହିତ ଜାତୀୟ ସଂହତି,  ଭାଇଚାରା ସୃଷ୍ଟି ଏବଂ ଯୁବ କଳାକାରମାନଙ୍କ ଦ୍ୱାରା କଳା ନୈପୁଣ୍ୟ ପ୍ରଦର୍ଶନ ପାଇଁ ଏହି ମଞ୍ଚ ସହାୟକ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ଟପ୍ପୋ କହିଥିଲେ ।

ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଯୁବ ମହୋତ୍ସବ ଆୟୋଜନ ଦ୍ୱାରା ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କ କଳା ର ବିକାଶ ହେଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶୀଲ ମିଶ୍ର ପ୍ରାକ ସୂଚନା ପ୍ରଦାନ ଅବସରରେ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

- Advertisement -

ଏହି ଦୁଇ ଦିନିଆ ଯୁବ ମହୋତ୍ସବରେ ଦଳଗତ ଭାବରେ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ଏବଂ ଏକକ ଭାବରେ ହାରମୋନିଅମ, ତବଲା, ମୃଦଙ୍ଗମ ପରିବେଷିତ ହେବ। ମହୋତ୍ସବରେ ଶ୍ରେଷ୍ଠ ବିବେଚିତ ଦଳ ଓ ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ବିଚାରକ ଭାବରେ ଗୋକୁଳ ମୋହନ ପଟେଲ, ଶାନ୍ତନୁ ମହାପାତ୍ର, ପ୍ରଫୁଲ୍ଲ ନାଏକ, ପ୍ରମୋଦ ସା ଓ କୃଷ୍ଣଚନ୍ଦ୍ର ସେନ୍ଦରିଆ ଯୋଗଦାନ କରିଥିଲେ। ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ୧୨୨ ଜଣ କଳାକାର ଅଂଶ ଗ୍ରହଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories