www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ, ବିଜେଡି ଓ ଏନସିପିକୁ ପ୍ରଶଂସା କଲେ

ନୂଆଦିଲ୍ଲୀ: ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟସଭାର ଏହା ୨୫୦ତମ ଅଧିବେଶନ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାକୁ ସମ୍ବୋଧିକ କରିଛନ୍ତି। ରାଜ୍ୟସଭାରେ ମୋଦୀ ସମସ୍ତ ସାଂସଦଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ରାଜ୍ୟସଭାରେ ଯେଉଁ ସାଂସଦମାନେ ଯୋଗଦାନ କରିଛନ୍ତି ସେମାନେ ସମସ୍ତ ଅଭିନନ୍ଦନର ହକ୍‌ଦାର। ମୁଁ ସେମାନଙ୍କୁ ଆଦର ସହିତ ସ୍ମରଣ କରୁଛି। ବାବା ସାହେବ ଆମ୍ବେଦକରଙ୍କ ଭଳି ବହୁ ମହାପୁରୁଷ ଏହାର ସଦସ୍ୟ ଥିଲେ। କୌଣସି କାରଣରୁ ବାବା ସାହେବଙ୍କୁ ଲୋକସଭା ଯିବାକୁ ଅନୁମତି ଦିଆଯାଇ ନ ଥିଲା। ଆମ୍ବେଦକରଙ୍କ ଭଳି ବହୁ ବିଦ୍ବାନଙ୍କ ପାଇଁ ଆମେ ଗର୍ବ କରିବା ଉଚିତ। ଗତ ୨୫୦ ଅଧିବେଶନରେ ଅନେକ ଗୁରୁତ୍ଵପୂର୍ଣ୍ଣ ବିଲ୍‌ କାରିତ ହୋଇଛି। ତିନି ତଲାକ୍‌ ବିଲ୍‌ ଏଠାରେ ଅଟକି ଯିବ ବୋଲି କଳ୍ପନାଜଳ୍ପନା ହୋଇଥିଲା। ଏହି ସଦନର ବିଦ୍ବାନ ସାଂସଦମାନେ ତିନି ତଲାକକୁ ପାସ୍‌ କରିଥିଲେ। ଜିଏସଟି ନିଷ୍ପତ୍ତି ମଧ୍ୟ ଏହି ସଦନ ନେଇଛି।

ଉଦବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ବିଜେଡି ଏବଂ ଏନସିପିକୁ ପ୍ରଶଂସା କରିଥିଲେ। ଆମକୁ ବିଜେଡିଠାରୁ ଶିଖିବା ଉଚିତ। ବିଜେଡି ସାଂସଦମାନେ ଅନୁଶାସନ ଭିତରେ କାର୍ଯ୍ୟ କରୁଛନ୍ତି ବୋଲି ମୋଦୀ କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories