ଗୋରଖପୁର: ଦିନ ଦ୍ବପ୍ରହରରେ ପେଟ୍ରୋଲ ପମ୍ପର ମାନେଜରଙ୍କୁ ଗୁଳିମାଡ କରି ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ଗୋରଖପୁର ଜିଲାର ବେଲୀପାର ଅଞ୍ଚଳରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଚଯାୟୀ, ସୋମବାର ଦ୍ବପ୍ରହରରେ ବେଲୀପାର ଥାନା ଅନ୍ତର୍ଗତ ମହାବୀର ଛପରା ଚୌରାହା ନିକଟରେ କିଛି ଦୁର୍ବୃତ୍ତ ବାଇକରେ ଆସି ମହରୌଲୀ ପେଟ୍ରୋଲ ପମ୍ପର ମାନେଜରଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ସେ ତଳେ ପଡି ଯିବା ପରେ ତାଙ୍କ ଠାରୁ ଟଙ୍କା ବ୍ୟାଗ୍ ଧରି ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ସେହି ବ୍ୟାଗ୍ରେ ୧୧ ଲକ୍ଷ ଟଙ୍କା ଥିଲା ବୋଲି ଜଣାପଡିଛି।
Popular Categories



