ଜଗତସିଂହପୁର : ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଡ଼ିହସାହିରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ହାଇୱା ଓ ସ୍କୁଟି ମଧ୍ୟରେ ଧକ୍କା ହୋଇ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ବାଲିକୁଦା ଥାନା ସାନକାଳୀ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ସ୍କୁଟିରେ କୌଣସି କାମରେ ଜଗତସିଂହପୁର ଯାଉଥିଲେ। ସେହି ସମୟରେ ତାଙ୍କୁ ଏକ ହାଇୱା ଧକ୍କା ଦେବାରୁ ସେ ରାସ୍ତାରେ ପଡ଼ିଯାଇଥିଲେ ଓ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
Popular Categories



