www.samajalive.in
Monday, December 8, 2025
17.1 C
Bhubaneswar

ସଂସଦର ଶୀତକାଳୀନ ଅଧିବେଶନ – ଆଗତ ହେବ ୩୫ଟି ବିଧେୟକ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ବିଧେୟକ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ୩୫ ଟି ବିଲ ଗୃହର ଅନୁମୋଦନ ପାଇଁ ଆଗତ କରାଯିବ ବୋଲି ଜଣା ପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଏ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି। ମୂଳତଃ ନାଗରିକତା ସଂଶୋଧନ ବିଧେୟକ ଅନୁମୋଦନ କରାଇବା ସରକାରଙ୍କ ପାଇଁ ପ୍ରମୁଖ ପ୍ରସଙ୍ଗ ରହିବ।

ଏହି ବିଧେୟକଙ୍କୁ ସମସ୍ତ ବିରୋଧୀ ଦଳ ଏବଂ ମାନବାଧିକାର ସଂଗଠନ ଓ କର୍ମୀମାନେ ବିରୋଧ କରୁଥିବା ସତ୍ଵେ କେନ୍ଦ୍ର ସରକାର ଗୃହର ଅନୁମୋଦନ ପାଇଁ ଚେଷ୍ଟା କରିବେ। ସୂଚନା ଯୋଗ୍ୟ, ଗତ ବର୍ଷାକାଳୀନ ଅଧିବେଶନରେ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଛେଦ କରିଥିଲେ କିନ୍ତୁ କାଲିଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ଏହି ବିଲକୁ ଅନୁମୋଦନ ମିଳିବାର ଖୁବ କମ ସମ୍ଭାବନା ରହିଛି। ବିବାଦୀୟ ନାଗରିକତା ସଂଶୋଧନ ବିଧେୟକରେ ବାଂଲାଦେଶୀ, ପାକିସ୍ତାନୀ ଓ ଆଫଗାନିସ୍ତାନୀ ମୁସଲିମ ଚାହିଁଲେ ଭାରତୀୟ ନାଗରିକତା ଗ୍ରହଣ କରିପାରିବା ନେଇ ବ୍ୟବସ୍ତା ରହିଛି। ପ୍ରଥମେ ୨୦୧୬ ଜୁଲାଇରେ ଏହି ବିଧେୟକ ଗୃହରେ ଉପସ୍ଥାପନ କରାଯାଇଥିଲା ଏବଂ ସେହି ବର୍ଷ ଅଗଷ୍ଟରେ ସଂସଦୀୟ କମିଟିକୁ ପଠାଯାଇଥିଲା। କମିଟି ୨୦୧୯ରେ ରିପୋର୍ଟ ଦେଇଥିବା ଜଣାପଡିଛି। କଂଗ୍ରେସ ଏହି ନାଗରିକତା ସଂଶୋଧନ ବିଲକୁ ବିରୋଧ କରିବ ବୋଲି ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି। ଧର୍ମ ଆଧାରରେ ନାଗରିକତା ବ୍ୟବସ୍ଥା ସମ୍ବିଧାନର ପରିପନ୍ଥୀ ବୋଲି ଅଧୀର କହିଛନ୍ତି।

- Advertisement -

ଏହି ଶୀତକାଳୀନ ଅଧିବେଶନରେ କର୍ପୋରେଟ ମୂଲ୍ୟ ହ୍ରାସ ବିଧେୟକ, ଇ-ସିଗାରେଟ ଅଧ୍ୟାଦେଶ ବିଧେୟକ, କିଶୋର ନ୍ୟାୟ ସଂଶୋଧନ ବିଧେୟକ, ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଧେୟକ, ବରିଷ୍ଠ ନାଗରିକ ଭରଣ ପୋଷଣ ଏବଂ କଲ୍ୟାଣ ବିଧେୟକ, ରାଷ୍ଟ୍ରୀୟ ପୁଲିସ ବିଶ୍ୱବିଦ୍ୟାଳୟ ବିଧେୟକ ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଧେୟକ ଆଗତ ହେବାର କାର୍ଯ୍ୟସୂଚୀ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories