www.samajalive.in
Monday, December 8, 2025
20.1 C
Bhubaneswar

ଗାନ୍ଧିଜୀଙ୍କ ମୃତ୍ୟୁକୁ ନେଇ ସରକାରଙ୍କ ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରସଙ୍ଗ; ଗୃହରେ ଗଣଶିକ୍ଷା ମନ୍ତ୍ରୀଙ୍କ ବିବୃତି- ତ୍ରୁଟି ଅନିଚ୍ଛାକୃତ

ଭୁବନେଶ୍ଵର: ଗାନ୍ଧିଜୀଙ୍କ ମୃତ୍ୟୁ ସମ୍ପର୍କରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରକାଶନ ଉପରେ ଗଣଶିକ୍ଷା ମନ୍ତ୍ରୀ ଶନିବାର ବିଧାନସଭାରେ ବିବୃତି ରଖିଛନ୍ତି। ଗୃହରେ ବିବୃତି ରଖିବାକୁ ବାଚସ୍ପତି ଶୁକ୍ରବାର ରୁଲିଂ ଜାରି କରିଥିଲେ। ସେହି ଆଧାରରେ ଶନିବାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିବୃତି ରଖି ତ୍ରୁଟି ଅନିଚ୍ଛାକୃତ ବୋଲି କହିଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରୀ ଲିଫ୍‌ଲେଟରେ ହୋଇଥିବା ତ୍ରୁଟି ଅନିଚ୍ଛାକୃତ। ଘଟଣାକୁ ବିଭ୍ରାନ୍ତ ଓ ପରିବର୍ତ୍ତନ କରି ଦର୍ଶାଇବା ଉଦ୍ଦେଶ୍ୟ ନ ଥିଲା। ଲିଫଲେଟ୍‌ ପୁନଃମୁଦ୍ରଣ କରାଯାଇ ପୁଣି ଥରେ ବଣ୍ଟାଯିବ। ଲିଫଲେଟ୍‌ ପ୍ରସ୍ତୁତିରେ ସମ୍ପୃକ୍ତ କର୍ମଚାରୀଙ୍କୁ ସେବାନିବୃତ କରାଯିବ। ଏହି ଘଟଣାରେ ୨ ଜଣ  ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ୨ପୃଷ୍ଠାର ଲିଫଲେଟ୍‌ ‘ଆମ ବାପୁଜୀ: ଏକ ଝଲକ’ରେ ଗାନ୍ଧିଜୀଙ୍କ ମୃତ୍ୟୁ ‘ଆକସ୍ମିକ’ ଥିଲା ବୋଲି ଦର୍ଶାଯାଇଥିଲା। ଏହା ଜଣାପଡ଼ିବା ପରେ ବୁଦ୍ଧିଜୀବୀ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗତ ଶୁକ୍ରବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଯିବା ପରେ ବାଚସ୍ପତି ଏହା ଉପରେ ରୁଲିଂ ଜାରି କରି ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ନିର୍ଦେଶ ଦେଇଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories