www.samajalive.in
Monday, December 8, 2025
27.1 C
Bhubaneswar

ଗାନ୍ଧିଜୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ, ରୁଲିଂ ଜାରି କଲେ ବାଚସ୍ପତି

ଭୁବନେଶ୍ଵର: ଗାନ୍ଧିଜୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବୁକ୍‌ଲେଟ୍‌ ‘ଆମ ବାପୁଜୀ: ଏକ ଝଲକ’ରେ ଭୁଲ ତଥ୍ୟ ଦର୍ଶାଯାଇଛି। ଗାନ୍ଧିଜୀଙ୍କୁ ନାଥୁରାମ ଗୋଡ୍‌ସେ ହତ୍ୟା କରିଥିବାବେଳେ ବୁକଲେଟ୍‌ରେ ତାଙ୍କ ମୃତ୍ୟୁକୁ ‘ଆକସ୍ମିକ’ ବୋଲି ଦର୍ଶାଯାଇଛି। ଶୁକ୍ରବାର କଂଗ୍ରେସ ପକ୍ଷରୁ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଯାଇଥିବାବେଳେ ବାଚସ୍ପତି ଏହା ଉପରେ ରୁଲିଂ ଜାରି କରିଛନ୍ତି। ଆସନ୍ତାକାଲି ଅର୍ଥାତ ଶନିବାର ବିଭାଗୀୟ ମନ୍ତ୍ରୀ ଏହା ଉପରେ ଉତ୍ତର ରଖିବାକୁ ବାଚସ୍ପତି ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ୨ ପୃଷ୍ଠାର ଏକ ବୁକ୍‌ଲେଟ୍‌ରେ ଗାନ୍ଧିଜୀଙ୍କ ମୃତ୍ୟୁ ଆକସ୍ମିକ ଭାବେ ହୋଇଥିବା ଉଲ୍ଲେଖ କରାଯାଇଛି। ଏହା ଲୋକଲୋଚନକୁ ଆସିବା ପରେ ବୁଦ୍ଧିଜୀବୀ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories