www.samajalive.in
Monday, December 8, 2025
27.1 C
Bhubaneswar

ଦୁଇଦିନ ପରେ ସ୍ବାଭାବିକ ହେଲା ପ୍ରଶ୍ନକାଳ; ଗାନ୍ଧିଜୀଙ୍କ ସମ୍ପର୍କରେ ସରକାରଙ୍କ ଭୁଲ ତଥ୍ୟ ପ୍ରସଙ୍ଗ ଉଠାଇଲା କଂଗ୍ରେସ

ଭୁବନେଶ୍ଵର: ବିଧାନସଭା ଆରମ୍ଭ ହେବାର ଦୁଇଦିନ ପରେ ଶୁକ୍ରବାର ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଜାରି ରହିଛି। ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଛି। ତେବେ ପ୍ରଶ୍ନକାଳ ଆରମ୍ଭରୁ ଯାଜପୁର ଜିଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ମାମଲାରେ ବିଜେପି ସଦସ୍ୟମାନେ ମୁହଁରେ କଳାପଟି ବାନ୍ଧି ନିଜ ନିଜ ଆସନରେ ଛିଡ଼ା ହୋଇ ନୀରବ ପ୍ରତିବାଦ କରିଥିଲେ। ପରେ ବାଚସ୍ପତି ସଦସ୍ୟମାନଙ୍କୁ ବସିଯିବାକୁ କହିବାରୁ ସେମାନେ ବସିଥିଲେ। କିନ୍ତୁ ମୁହଁରୁ କଳାପଟି କାଢ଼ି ନ ଥିଲେ। ବାଚସ୍ପତି ପୁଣି ଥରେ ସମସ୍ତ ସଦସ୍ୟଙ୍କୁ ମୁହଁରୁ କଳାପଟି ବାହାର କରି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ପରେ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ କଥା ମାନି ଗୃହକାର୍ଯ୍ୟରେ ସହଯୋଗ କରିଥିଲେ।

ଅନ୍ୟପଟେ ଓଡ଼ିଶା ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରକାଶ କରିଛନ୍ତି। ଗାନ୍ଧିଜୀଙ୍କୁ ନାଥୁରାମ ଗୋଡ୍‌ସେ ହତ୍ୟା କରିଥିଲେ ହେଁ ଓଡ଼ିଶା ସରକାରଙ୍କ ଏକ ଲିଫଲେଟରେ ଗାନ୍ଧିଜୀଙ୍କ ମୃତ୍ୟୁ ଆକସ୍ମିକ ଥିଲା ବୋଲି ଉଲ୍ଲେଖ ହୋଇଛି। ଏହାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାର ତଦନ୍ତ ପାଇଁ ଗଣଶିକ୍ଷା ବିଭାଗ ନିର୍ଦେଶ ଦେଇଥିବାବେଳେ କଂଗ୍ରେସ ଶୁକ୍ରବାର ବିଧାନସଭା ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠାଇଛି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ।

- Advertisement -

ସେହିପରି କଂଗ୍ରେସ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଉପରେ ଏକ ମୁଲତବୀ ନୋଟିସ ଆଣିଥିଲା। ଏହାର ଶୀର୍ଷକ ଥିଲା ବିନାଶ ପଥରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories