www.samajalive.in
Tuesday, December 9, 2025
17.1 C
Bhubaneswar

ଦିଘା ଅତିକ୍ରମ କରୁଛି ‘ବୁଲ୍‍ବୁଲ୍‍’ – ଓଡ଼ିଶାର ୬ଟି ଜିଲ୍ଲା ଆଂଶିକ କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବୁଲ୍‍ବୁଲ୍‍’ ପଶ୍ଚିମବଙ୍ଗ ଅଭିମୁଖେ ଅଗ୍ରସର ହେଉଛି। ବାତ୍ୟା ବୁଲ୍‍ବୁଲ୍‍ ଏବେ ଦୀଘାଠାରୁ ବର୍ତ୍ତମାନ ୭୫ କିଲୋମିଟର ଦୂରରେ ଗତି କରୁଥିବାବେଳେ ଏହା ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା ସୂଚନା ମିଳିଛି।

ଏହା ଏବେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଥିବାବେଳେ ଆଜି ରାତି ୧୧ଟା ମଧ୍ୟରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ସୀମାନ୍ତରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ପଶ୍ଚିମବଙ୍ଗର ସାଗରଦୀପ ଓ ବାଙ୍ଗଲାଦେଶର ଖେପୁପାରା ମଧ୍ୟରେ ବୁଲ୍‍ବୁଲ୍‍ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

- Advertisement -

ଏବେ ସାମୁଦ୍ରିକ ଝଡ଼ ‘ବୁଲ୍‍ବୁଲ୍‍’ ପାରାଦ୍ୱୀପଠାରୁ ୧୭୫ କିଲୋମିଟର ପୂର୍ବ-ଉତ୍ତର ପୂର୍ବ, ସାଗର ଦ୍ବୀପଠାରୁ ୫୦ କିଲୋମିଟର ଦକ୍ଷିଣ, ଚାନ୍ଦବାଲିଠାରୁ ୧୫୦ କିଲୋମିଟର ଉତ୍ତର ପୂର୍ବ, ବାଲେଶ୍ଵରଠାରୁ ୧୨୫ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ, କୋଲକାତାଠାରୁ ୧୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ବାଙ୍ଗଲାଦେଶର ଖେପୁପାରାଠାରୁ ୨୩୫ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦୂରରେ ଅବସ୍ତିତ ରହିଛି।

ବାତ୍ୟା ବୁଲ୍‍ବୁଲ୍‍ ଓଡ଼ିଶାର ସ୍ଥଳଭାଗ ଛୁଇଁ ନ ଥିଲେ ମଧ୍ୟ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସାଙ୍ଗକୁ ବ୍ୟାପକ ତାଣ୍ଡବ ରଚାଇଛି। ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ଯୋଗୁଁ ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତ୍‍ ଖୁଣ୍ଟ ଭାଙ୍ଗି ପଡ଼ିଥିବା ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ ପ୍ରଦୀପ୍‍ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏସ୍‍.ଆର୍‍.ସି.ଙ୍କ ସୂଚନା ଅନୁସାରେ ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତ୍‍ ଖୁଣ୍ଟ ପଡ଼ି ରାସ୍ତା ଅବରୋଧ ହୋଇଥିଲାବେଳେ ତାହାକୁ ଅଗ୍ନିଶମ ବିଭାଗ, ଏନ୍‍.ଡି.ଆର୍‍.ଏଫ୍‍., ଓଡ୍ରାଫ୍‍ ଦଳ ଓ ଅନ୍ୟାନ୍ୟ ସରକାରୀ ତଥା ବେସରକାରୀ ସଂସ୍ଥାଦ୍ୱାରା ତାହାକୁ ବ୍ୟବସ୍ଥିତ କରାଯାଉଛି।

କେତେକ ସ୍ଥାନରେ ରାସ୍ତା ଓ ବିଦ୍ୟୁତ୍‍ ସେବାକୁ ସ୍ୱାଭାବିକ କରାଯାଇଛି। ଆସନ୍ତାକାଲି ସୁଦ୍ଧା ପ୍ରାୟ ସବୁ ସ୍ଥାନରେ ବିଦ୍ୟୁତ୍‍ ସେବା ସ୍ୱାଭାବିକ ହୋଇଯିବ ବୋଲି ଏସ୍‍.ଆର୍‍.ସି. ସୂଚନା ଦେଇଛନ୍ତି। ତେବେ ବୁଲ୍‍ବୁଲ୍‍ ପାଇଁ ରାଜ୍ୟର ୯ଟି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସଜାଗ ରହିବା ପାଇଁ ପୂର୍ବରୁ ସରକାର ପରାମର୍ଶ ଦେଇଥିବାବଳେ ସେହିସବୁ ଜିଲ୍ଲାର ଅନେକ ସ୍ଥାନରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଛି। ଏବେ ସୁଦ୍ଧା ପ୍ରାୟ ବିଭିନ୍ନ ଜିଲ୍ଲାରେ ପ୍ରାୟ ସାଢ଼େ ତିନିହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ବାତ୍ୟାର ପ୍ରଭାବ କମିବା ପର୍ଯ୍ୟନ୍ତ ଲୋକମାନେ ଆଶ୍ରୟସ୍ଥଳରେ ରହିବେ। ତେବେ କାନ୍ଥ ପଡ଼ି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ଏସ୍‍.ଆର୍‍.ସି. କହିଛନ୍ତି। ସେହିଭଳି ପ୍ରାୟ ୬ ଲକ୍ଷ ହେକ୍ଟର ଜମିରୁ ୩୦ରୁ ୪୦ ପ୍ରତିଶତ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ ପ୍ରଦୀପ୍‍ ଜେନା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି:

ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାସୁଦେବପୁର, ଧାମରା ଆଦି ଅଞ୍ଚଳରେ ଥିବା ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳରେ ସମୁଦ୍ର ତଳିଆ ଅଞ୍ଚଳର ପ୍ରାୟ ୬ଶହରୁ ଊର୍ଦ୍ଧ୍ବ ଲୋକଙ୍କୁ ରଖାଯାଇଛି। ଜିଲ୍ଲାରେ ଝିପିଝିପି ବର୍ଷା ସାଙ୍ଗକୁ ପବନ ବହୁଛି। କେତେକ ସ୍ଥାନରେ ବିଦ୍ୟୁତ୍‍ ଖୁଣ୍ଟ, ଗଛ ଭାଙ୍ଗିଯିବା ସହ ବାଲେଶ୍ୱର ଜିଲ୍ଲାର ସୋର ଓ ବାହାନଗା ବ୍ଲକରେ ପ୍ରବଳ କ୍ଷତି ହୋଇଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories