www.samajalive.in
Monday, December 8, 2025
27.1 C
Bhubaneswar

ସଭାସ୍ଥଳରୁ ତଡ଼ା ଖାଇଲେ ଏଆଇସିସି ସଭ୍ୟ

ଜୟପୁର : କଂଗ୍ରେସକୁ ସୁଦୃଢ କରିବା ପାଇଁ ଦୀର୍ଘ ଦିନ ଧରି ବାଦବିବାଦ ଲାଗି ରହିଥିବା ବେଳେ ବୁଧବାର ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଜୟପୁରରେ ଆୟୋଜିତ କଂଗ୍ରେସ ସଭାରୁ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭ୍ୟ ରବୀନ୍ଦ୍ର ମହାପାତ୍ର ତଡ଼ା ଖାଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା କୋରାପୁଟ ଜିଲା ସଂଗଠନକୁ ସୁଦୃଢ କରିବା ପାଇଁ ଜୟପୁରରେ ଆୟୋଜିତ ସଭାକୁ ଆସିଥିଲେ। ସେଠାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ତାଙ୍କ ପତ୍ନୀ ତଥା କୋରାପୁଟ ଜିଲା ସଭାନେତ୍ରୀ ମୀନାକ୍ଷି ବାହିନୀପତି ମଧ୍ୟ ଉପସ୍ଥିତ ଥିଲେ। ଇତି ମଧ୍ୟରେ ଦଳୀୟ ବିଶୃଙ୍ଖଳା ପାଇଁ ରବୀନ୍ଦ୍ରଙ୍କୁ ସଭାନେତ୍ରୀ ମୀନାକ୍ଷି ସଭା ସ୍ଥଳରୁ ତାଙ୍କୁ ଚାଲିଯିବାକୁ କହିଥିଲେ। ଏହାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଠାରେ ଥିବା କଂଗ୍ରେସ କର୍ମୀମାନେ ଏହାକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories